STORYMIRROR

Baikunth Bihari Swain

Classics

3  

Baikunth Bihari Swain

Classics

ଶବ୍ଦ

ଶବ୍ଦ

1 min
153


ତୁମକୁ ମୁଁ ଭଲପାଏ

ଖୁବ୍ ଭଲ ପାଏ।

ନିରୋଳା ରେ ବସି ଖୋଜୁଥାଏ ।


ମନ ବଗିଚାରେ ଗାଁ ମଶାଣିରେ

ଘର କୋଣେ ପଡ଼ିଥିବା ଆଲାର ବଲରା

ଖବର କାଗଜରେ।


ଶିଶୁର ଦୋରଟି କଥାରେ

ବୁଢ଼ୀ ମାଆ ମୁଚୂଳା ଫିଟାଇ

ଲୁଚିଥିବା ଗପ ପେଡିରେ।

କାଇଁ କେଉଁଠି ମିଳୁନା।


ତଥାପି ଖୋଜିଚି ଖୋଜି ଚାଲିଛି

ସାଗରର ଉତାଳ ତରଙ୍ଗେ 

ଧର୍ଷିତାର କରୁଣ ଚିତ୍କରେ 

ବାରଙ୍ଗନା ଅନ୍ତଃର୍ଦାହରେ

ଜରା ଗ୍ରସ୍ଥ ଭୁଭୁକ୍ଷୁ ଜଠରେ।

କେଉଁଠି ମିଳୁନା।


ଖୋଜିଛି ମୁଁ ବୁଢିଆଣୀ ଜାଲରେ

ଲାଗିଥିବା ସାଲୁ ବାଲୁ କୀଟ ନିକଟରେ।

ଗାଈର ହମା ବୋବାଳିରେ

କୁକୁର ଭୋ ଭୋ ରେ

ଶୃଗାଳ ହୋକେ ହୋ ଡାକରେ।

କେଉଁଠି ଅଛ ତୁମେ!


ମନ୍ଦିର ପ୍ରଙ୍ଗଣେ ବାଜୁଥିବା

ଘଣ୍ଟିର ଠନ୍ ଠନ୍ ରେ 

କୂଳ ବଧୂ ଓଢଣୀ ଫାଙ୍କରେ

ତୁଳସୀ ମୂଳରେ ଜଳୁଥିବା ସଞ୍ଜ ବତୀରେ

ଗାଁ ଭାଗବତ ଟୁଙ୍ଗୀରେ

କେଉଁଠି ତ ମିଳୁନା।


ରେ ପ୍ରିୟା!

ମୋତେ ଟିକେ ଦେଖା ଦିଅ

ମୋ ଭାଷାରେ,ଭାବନାରେ,

ଚିନ୍ତା ଚେତନାରେ କଲମ ମୁନରେ।।

 

 


Rate this content
Log in

Similar oriya poem from Classics