STORYMIRROR

Baikunth Bihari Swain

Children

3  

Baikunth Bihari Swain

Children

କାଉ

କାଉ

1 min
53


ଚତୁର ପକ୍ଷୀ ରଙ୍ଗ ତା' କଳା

ସକାଳେ ଡାକ ଦିଏ

ତା' ଡାକ ଶୁଣି କୁନା ଆମର

ନିଦରୁ ଉଠି ଯାଏ।


କାଉ ରାବିଲା ଚାଳ ଉପରେ

ଚାଉଳ ଗିନା ନେଇ

ମନ ଖୁସିରେ ମାଆ ଥୋଇଲେ

ଅଗଣା ମଧ୍ୟେ ଯାଇ।


ବନ୍ଧୁ ଆସିବେ ଘରକୁ ଆଜି

କୁଆ ଚେତେଇ ଦେଲା

ମାଆ କହିଲେ ମାମୁଁ ଆସିବେ

ହେଉଛି ବାଦି ପାଲା।


କଳା ହେଲେବି କାମ ଧୋବିଲା

ପରିବେଶର ସାଥୀ

କିଟ ମଇଳା ସକଳ ଖାଏ

ନଥାଏ ମନେ ଭ୍ରାନ୍ତି।


ଗାଈ ମଇଁଷି ଉପରେ ବସି

ବୁଲଇ ବିଲ ମାଳ

କାନ ପିଠିରୁ ଟାଣୁଆ ଥଣ୍ଟେ

ସଫା କରଇ ମଳ।


ବିପଦ ବେଳେ ହୁଅନ୍ତି ମେଳି

ବୈଠକ ବସି ଥାଇ

ଚକର୍ କାଟି ରାବ ଛାଡନ୍ତି

ଶତ୍ରୁ ଟି ଡରି ଯାଇ।


ରଙ୍ଗ ରୂପକୁ ହୀନ ନମଣ

ଗୁଣଟି ତାର ଦେଖ

ସଭିଏଁ ପିଲା ଏହି କଥାଟି

କାଉ ପାଖରୁ ସିଖ ।


             

      

  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children