STORYMIRROR

Ashok Moharana

Children Stories

3  

Ashok Moharana

Children Stories

ଝାଟି ମାଟି ଘର

ଝାଟି ମାଟି ଘର

1 min
248

ଝାଟିମାଟି ଘର ସରଗ ମୋର

ଘର ନୁହେଁ ସେ ତ ସରଗ ପୁର।।

ଚାଳ ଉପରେ ତ କଖାରୁ ଡଙ୍କ

ବସି ଗୀତ ଗାଏ କାଉ ସଙ୍ଗାତ।।

ମାଆ ଲିପିପୋଛି କରେ ସୁନ୍ଦର

ନାଲି ମାଟି ମିଶା ଗୋବର ଖତ।।

ଗିରିଷମ ଦିନ ଭାରୀ ଶୀତଳ

ଚାଳଘର ମାଟି ବାମ୍ଫିର ଜଳ।।

ଆଷାଢ଼ ଶ୍ରାବଣ ବରଷା ମାସ

ଝରୁଥାଏ ପାଣି ରଅସ ରସ

ଓଳିତଳେ ଫୁଟେ ଫୋଟକା କେତେ

ନାଚୁଥାଏ ବେଙ୍ଗ ବରଷା ଗୀତେ।।

ଭାଦ୍ରବ ମାସରେ ଜହ୍ନି ଫୁଲଟି

କାସତୁଣ୍ଡି ହସେ ଆସିଣ ଦେଖି।

ବାଘ ପରି ଶୀତ ପଉଷ ମାଘେ

ଚାଳ ଘର ନୁହେଁ କୁକୁକ ସତେ।।

ଶୀତ ଲଗେନାହିଁ ଘର ଭିତରେ

ଶୋଇଥିଲେ ପୁଣି ମାଆ କୋଳରେ।।

ଫଗୁଣ ଚଇତ୍ର ପରବ ମାସେ

ଫଗୁଖେଳ ସାଥେ ଘୋଡାଟି ନାଚେ।।

ଝାଟିମାଟି ଘର ଗରବ ମୋର

ଏଇଠି କଟିଛି ମୋ ଷଠୀ ଘର।।

ଝାଟିମାଟି ଘର ଗାଁ ସୁନ୍ଦର

ସହରଠୁ ମିଠା ସରଗପୁର।।


Rate this content
Log in