ଝାଟି ମାଟି ଘର
ଝାଟି ମାଟି ଘର
1 min
249
ଝାଟିମାଟି ଘର ସରଗ ମୋର
ଘର ନୁହେଁ ସେ ତ ସରଗ ପୁର।।
ଚାଳ ଉପରେ ତ କଖାରୁ ଡଙ୍କ
ବସି ଗୀତ ଗାଏ କାଉ ସଙ୍ଗାତ।।
ମାଆ ଲିପିପୋଛି କରେ ସୁନ୍ଦର
ନାଲି ମାଟି ମିଶା ଗୋବର ଖତ।।
ଗିରିଷମ ଦିନ ଭାରୀ ଶୀତଳ
ଚାଳଘର ମାଟି ବାମ୍ଫିର ଜଳ।।
ଆଷାଢ଼ ଶ୍ରାବଣ ବରଷା ମାସ
ଝରୁଥାଏ ପାଣି ରଅସ ରସ
ଓଳିତଳେ ଫୁଟେ ଫୋଟକା କେତେ
ନାଚୁଥାଏ ବେଙ୍ଗ ବରଷା ଗୀତେ।।
ଭାଦ୍ରବ ମାସରେ ଜହ୍ନି ଫୁଲଟି
କାସତୁଣ୍ଡି ହସେ ଆସିଣ ଦେଖି।
ବାଘ ପରି ଶୀତ ପଉଷ ମାଘେ
ଚାଳ ଘର ନୁହେଁ କୁକୁକ ସତେ।।
ଶୀତ ଲଗେନାହିଁ ଘର ଭିତରେ
ଶୋଇଥିଲେ ପୁଣି ମାଆ କୋଳରେ।।
ଫଗୁଣ ଚଇତ୍ର ପରବ ମାସେ
ଫଗୁଖେଳ ସାଥେ ଘୋଡାଟି ନାଚେ।।
ଝାଟିମାଟି ଘର ଗରବ ମୋର
ଏଇଠି କଟିଛି ମୋ ଷଠୀ ଘର।।
ଝାଟିମାଟି ଘର ଗାଁ ସୁନ୍ଦର
ସହରଠୁ ମିଠା ସରଗପୁର।।
