STORYMIRROR

Sushma Manjari Dash

Abstract Children Stories Classics

3  

Sushma Manjari Dash

Abstract Children Stories Classics

ଗୋମାତା

ଗୋମାତା

1 min
228

ଆମ ସଂସ୍କୃତିରେ କେତେ ଦେବଦେବୀ

ପାଆନ୍ତି ପୂଜା ଅର୍ଚ୍ଚନା     

ଆନ୍ତରିକ ଭକ୍ତି ଜ୍ଞାପନ କରିଣ                                  

କରନ୍ତି ତାଙ୍କୁ ପ୍ରାର୍ଥନା ।

ତନ୍ମଧ୍ୟରୁ ଏକ ଅଟନ୍ତି ଗୋମାତା

ହିନ୍ଦୁ କରେ ତାଙ୍କ ପୂଜା    

ଗୋବର ପାଣିରେ ଶୁଦ୍ଧ ହୁଏ ସିଏ                            

କରେ ନାହିଁ କେବେ ମଜା

ସବୁଠାରୁ ଶ୍ରେଷ୍ଠ ଅଟନ୍ତି ଗୋମାତା   

ନାମ ତାଙ୍କ ଭିନ୍ନ ଭିନ୍ନ  

କାମଧେନୁ ସାଜି କାମନା ପୂରାଇ     

ରଖିଗଲେ ତାଙ୍କ ନାମ  

କେତେ ଉପକାର ପାଉ ତାଙ୍କ ଠାରୁ

 ବୁଝି ପାରେନାହିଁ ନର 

ଚାଷ କରିବାକୁ ଖତ ଦିଏ ସିଏ  

ପିଇବା ପାଇଁ କି କ୍ଷୀର ।  

ପାପୀ ଜନମାନେ ନିଜ ସ୍ଵାର୍ଥ ପାଇଁ  

ଗୋମାଂସ ବିକ୍ରି କରନ୍ତି    

ପାପ ପୁଣ୍ୟ କିଛି ବିଚାର ନକରି 

ଗାଈ ହତ୍ୟା କରିଥାନ୍ତି । 

ଗାଈ ଗୋରୁଙ୍କର କରଇ ଯେ ସେବା

ମିଳେ ତାକୁ ପୁଣ୍ୟ ଫଳ   

ତାଙ୍କ ଆଶୀର୍ବାଦ ରହିଥାାଏ ସଦା

ମିଳଇ ତାକୁ ସଫଳ ।


               


Rate this content
Log in

Similar oriya poem from Abstract