ସଫଳତା
ସଫଳତା
1 min
259
ସଫଳ ବିଫଳ ଦୁଇ ଭାଇ
ଚାଲନ୍ତି ଆଗ ପଛ,
ପରୀକ୍ଷା ନିରୀକ୍ଷା ଫଳ ହୋଇ
ରୁହନ୍ତି ସଜ ବାଜ ।।
କାମ ଦାମରୁ ଆରମ୍ଭ ହୁଏ
ନାହିଁ ତାଙ୍କର ଅନ୍ତ,
ପରିବର୍ତିତ ହେଉ ଥାଏ
ହୁଏନା କରାୟତ ।।
ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ
ହୋଇଥାଉ ସଫଳ,
ଅଶାନୁସାରେ ଫଳ ମିଳିଲେ
ପ୍ରାଣକୁ ମିଳେ ବଳ ।।
ସଫଳତାର ଖବରଟିଏ
ବଢ଼ାଇ ଥାଏ ମାନ,
ସାର୍ଥକ ହୁଏ ପରିଶ୍ରମ
ମିଳଇ ସମ୍ମାନ ।।
ବିଫଳତାରୁ କଲେ ଶିକ୍ଷା
ମାର୍ଜିତ ହୁଏ କର୍ମ,
ନିରନ୍ତର ପ୍ରୟାସ ଦିଏ
ସଫଳତାକୁ ଜନ୍ମ ।।
ମୁଣ୍ଡକୁ ଯେବେ ସ୍ପର୍ଶ କରେ
ସଫଳତାର କୀର୍ତ୍ତି,
ଗର୍ବ କ୍ରୋଧ ଗ୍ରାସ କରେ
ଵିନାଶ ହୁଏ କୃତି ।।
ପାଦ ତଳେ ଉଜୁଡ଼ି ଗଲେ
ସଫଳତାର ଚୁଡ଼ା,
ଶାନ୍ତ ସୌମ୍ୟ ସ୍ଵଭାଵ ହୁଏ
ସଫଳତା ରହେ ଜୁଡ଼ା ।।
