STORYMIRROR

Surjyakanta Dash

Tragedy Others Children

3  

Surjyakanta Dash

Tragedy Others Children

ଭିଟାମାଟି

ଭିଟାମାଟି

1 min
178

ଯେଉଁ ମାଟିରେ ଜନମ ତୋର

ସେଇ ମାଟି ତୋର ଗାଆଁ,

ଭିଟାମାଟି ତୋର ଆଜି ଆତୁର

ଡାକୁଛି ଚାଲି ତୁ ଆ ।।


ଏହି ମାଟି ତୋର ପଡ଼ିଛି ଖାଲି

ତୋ ବିନା ଏକା ଏକା,

କି ସ୍ୱପ୍ନ ଦେଖି ତୁ ଚାଲିଗଲୁ

ମୋତେ ତୁ କରି ଫାଙ୍କା ।।


ଭୋକ ଭୂଗୋଳ ଠାରୁ ମାଟିର ଇଜ୍ଜତ

ଭାବିଲୁ ତୁ ନାହିଁ ଦିନେ ମନେ,

ଏହି ମାଟି ତୋର ଏକା ଏକାନ୍ତର ବୋଲି

କହିଥିଲେ ତୋ ପୂର୍ବପୁରୁଷ କାନେ ।।


କେତେ ଯାତନା ଏଠି ସହିଅଛୁ ତୁହି

କେବେ ତ କାହିଁ ଭୁଲି ନଥିଲୁ,

ଆଜି କଣ ପାଇଁ ଭୁଲି ଯାଇ ମୋତେ

ପରଦେଶେ ପର କରି ଚାଲିଗଲୁ ।।


ମୁଁ ତୋର ସେହି ଭିଟାମାଟି ଡାକୁଛି

ଚାଲି ଆସେରେ ମୋ ଧନ,

ସବୁ ଶୂନ୍ୟ ଏଠି ତୋ ବିଛେଦରେ

ବିକଳେ କାନ୍ଦେ ମୋ ମନ ।।


କେତେ ବାହାସ୍ପୋଟ ମାରି ଯାଇଥିଲୁ ବିଦେଶ

ପଇସା ପାଇଁ ତୋ ଭିଟାମାଟି ଛାଡ଼ି,

କେତେ ହଇରାଣ ହେଉଥିବ କରୋନାରେ

ଏହି ମହାମାରୀ କଥା ଭାବି ।।


ମର୍ମ ତଳୁ ମୋ ସୂତା ଖିଅଟିଏ ପରି

ଉଙ୍କି ମାରେ ତୋ ପିଲାଦିନ କଥା,

ଶିହରିତ କରେ ପୂର୍ବ ସ୍ମୃତି ସବୁ

ମନେ ପଡ଼ିଗଲେ ଦିଏ ବ୍ୟଥା ।।


ବାପା ମାଆ ତୋର କେତେ ଯତନରେ

କରିଥିଲେ ଏହି ମାଟିରେ ଘର,

ହଜାରେ ସ୍ୱପ୍ନକୁ କିଣିବାକୁ ଯାଇ

ଚାଲିଗଲୁ ସବୁ କରି ପର ।।


କିଭଳି ବଞ୍ଚିବେ ତୋ ବୁଢ଼ା ବାପା ମାଆ

ମନରେ ଟିକିଏ ଭାବିଲୁ ନାହିଁ,

ଦେଖିପାରୁନି ମୁଁ ତାଙ୍କ ହୃଦୟର ଲୁହ

ଭିଜାଇ ଭିଜାଏ ମୋ ମାଟି ।।


ପୂର୍ବ ପୁରୁଷର ଭିଟାମାଟି କୁ ତୁମେ

କିଭଳି ଅବହେଳା କଲ କିରେ,

ଏଥିପାଇଁ କିରେ ତୁମ ବାପା ମାଆ

ମୂଲ ଲାଗି ମଣିଷ କରି ଗଢି ଥିଲେ ? ।।

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy