ଟଗର ଫୁଲ
ଟଗର ଫୁଲ


ବଡି ସକାଳରେ ଟଗର ହସେ,
ଧୋବ ଫରଫର ସୁନ୍ଦର ଦିଶେ ।
ଟଗର ଉପରେ ଶିଶିର ଟୋପା,
ମୁକୁତା ସମାନ ଦିଶଇ ତୋଫା ।
ପ୍ରକୃତି ରଚିଛି ନିଖୁଣ ଭାବେ,
ସୁନ୍ଦର ରୂପ ତା ମନକୁ ଲୋଭେ।
ସବୁରି ଋତୁରେ ଫୁଟଇ ସିଏ,
ଠାକୁର ପୂଜାରେ ଲାଗଇ ଥାଏ।
ମାଆ ତୋଳି ଆଣେ ସକାଳୁ ଉଠି,
ଠାକୁର ପୂଜାରେ ଲଗାଏ ଭେଟି।
ଟଗର ଫୁଲରେ ଗୁନ୍ଥଇ ହାର,
ଦେବୀ ମାଆଙ୍କୁ ସେ କରେ ଶୃଙ୍ଗାର।
ଧଳା ଫୁଲ ବୋଲି ବିଷ୍ଣୁଙ୍କ ପ୍ରିୟ,
ଅନ୍ୟ ଫୁଲ ମଧ୍ୟେ ଅଟଇ ଶ୍ରେୟ।
ବଗିଚା ମଧ୍ୟରେ ଶୋଭା ବଢାଏ,
ପ୍ରଜାପତିଙ୍କୁ ସେ ପାଖେ ବୁଲାଏ।
ଉଡି ପ୍ରଜାପତି ନିଇତି ଆସି,
ରସ ଶୋଷିନିଏ ଫୁଲ ରେ ବସି ।
ଫୁଲ ପରି କଲେ କୋମଳ ମନ,
ସବୁଠି ପାଇବା ଆମେ ସମ୍ମାନ ।