ପଵନ
ପଵନ


ସୁସ୍ଵାଗତ କର ନ କରି ବାଛବିଚାର
ସଞ୍ଚରିତ କର ଜୀବନୀ ଶକ୍ତି,
ସଭିଙ୍କ ଭରସା ସମୀର ହେ ତୁମେ
ତୁମ ଚିନ୍ତା କି ବା କେହି କରନ୍ତି।
ଫଗୁଣର ଫଗୁ ମହମହ ବାସ
ମୋ ପ୍ରିୟ ପୁରୁଷ ପାଖେ ଜଣାଅ,
ମୋ ବାରତା ଦେଇ ପ୍ରିୟଠାରୁ
କେଉଁ ବାସ ଆଣିଛ ତ ଟିକିଏ କୁହ।
ବୈଶାଖର ଝାଞ୍ଜି, ବର୍ଷାର କୁହୁକ
ପୌଷର ଜାଡ଼ ଶୀତେ,
ଫଗୁଣର ଫଗୁ ଦେହେ ହୁଅ ବୋଳି
ସଦା ଥାଅ ଏ ମରତେ।
ମର୍ତ୍ତ୍ୟରେ ମରୂତ ସର୍ବେ ଆନନ୍ଦିତ
ପାଇ ତୁମରି ପରଶ,
ନାହିଁ ରୂପକାନ୍ତି ରଙ୍ଗହୀନ ସିନା
ଦିଅ ସର୍ବ ମୁଖେ ହସ।