STORYMIRROR

Ashok Moharana

Children Stories Children

3  

Ashok Moharana

Children Stories Children

ଅସୁରକ୍ଷିତ ଘର ଚଟିଆ

ଅସୁରକ୍ଷିତ ଘର ଚଟିଆ

1 min
199


କୁନା ପଶିଥିଲା ଘର ଚଟିଆ

ନାଆଁ ଦେଇଥିଲା ଗଙ୍ଗା ଯମୁନା।।

କିଚିରି ମିଚିରି ଶବଦ କରି

ଖୁଦ ଖାଉଥାନ୍ତି ମାଟିରୁ ଖୁମ୍ପି।।

ଚାଳ ନାହିଁ ବୋଲି କରିଛି ଘର

ମାଠିଆରେ ରଖି ଘାସ ପୁଆଳ।।

ଗଙ୍ଗା ଯମୁନା ଟି ଅତି ନିଜର

କୁନାକୁ ତାଙ୍କର ନଥାଏ ଡର।।

ଖାଇବା ବେଳକୁ ଆସନ୍ତି ଉଡ଼ି

କାନ୍ଧରେ ବସନ୍ତି ପରକୁ ଝାଡ଼ି।।

ଲୋପ ପାଇଲେଣି ଘରଚଟିଆ

ସୁରକ୍ଷା ଅଭାବେ ନାହିଁ ତ ଚିନ୍ତା।।

କୁନା କରିଅଛି ମନେ ଶପଥ

ପାଳିବ ଚଢେଇ ବଢିବ ବଂଶ।।

ଘରଚଟିଆର ଦିବସ ପାଳି

ନୂଆ ନୂଆ ଘର ଦେବସେ ତୋଳି।।

ଲୋପିପାଇଲେଣି ଅନେକ ଜୀବ

ଗେଣ୍ଡାଳିଆ ସାଥେ ଶଗୁଣା ବଂଶ।।

ଚାଳ ଘର ଭାଙ୍ଗି ହେଲାତ କୋଠା

ଘରଚଟିଆର ବୁଡ଼ିଲା ଭେଳା।।

କ୍ଷତି କରେନାହିଁ ଘରଚଟିଆ

ଫକ ଫକ ଡିଏଁ ଘର ଅଗଣା।।

ମାଠିଆରେ ଦେଵ ଘରଟି କରି

ଘର ପଛ ପାଶେ ଦେବଟି ଟାଙ୍ଗି।।

ଦୁଇଟି ରୁ ହେବେ ଅନେକ ଛୁଆ

ଖୁସିରେ ନାଚିବେ ଗଙ୍ଗା ଯମୁନା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍