ତିନୋଟି ପହେଳୀ
ତିନୋଟି ପହେଳୀ
ଶାଳ ତାଳ ଗଛ
ଖୋଲରେ ରହେ
ପକ୍ବ ଫଳ ମକା
ଆଦି ସେ ଖାଏ
ପୋଷା ମାନି ରହେ ଘରେ
କୁନା କଥା ଶୁଣି ନକଲ କରେ।।
ଉତ୍ତର - ଶୁଆ ।
ଚତୁର ପକ୍ଷୀ ରଙ୍ଗ ତା ' କଳା
ସୁନ୍ଦର ଆଖି ଡୋଳା
ଡାକ ଛାଡେ ରାଉ ରାଉ।
ତା ' ଡାକ ଶୁଣି ସକାଳୁ ଆମେ
ନିଦରୁ ଉଠି ଯାଉ।।
ଉତ୍ତର - କାଉ।
ଡାକ ଶୁଣିଲେ ନିଦ ଭାଙ୍ଗଇ
ଜାଣୁ ସକାଳ ହେଲା
ଖୁଦ ଚାଉଳ ଆହାର ତା'ର
ଚରେ ବାଡ଼ିରେ ଖୋଲା
ଓଟେଇ ତା'ର ଘର
ତା ' ଡିମ୍ବ ପୁଷ୍ଟିକର।।
ଉତ୍ତର - କୁକୁଡ଼ା
