ଆମେ ଟିକି ଟିକି ଶିଶୁ କଳିକା
ଆମେ ଟିକି ଟିକି ଶିଶୁ କଳିକା
ଆମେ ଟିକି ଟିକି ଶିଶୁ କଳିକା
ହସି ହସି ନାଚି ଗାଇ ଗାଇକା
ବୁଲୁ ଖୁସି ମନେ ଖେଳି ଖେଳିକା
କି ସୁନ୍ଦର ଦିଶେ ଢଳି ଢଳି କା ।
ଚାଲି ଶିଖୁ ଆମେ ହାତ କୁ ଧରି
ଚାଲୁ ଥିବା ବେଳେ ଢଳି କି ଢଳି
ଟିକି ଅବୟବ ଦିଶେ ସୁନ୍ଦର
ଶୋଭା ପାଇଥାଏ କି ମନୋହର ।
ନାହିଁ ଆମ ମନେ ବାଛ ବିଚାର
ସଭିଙ୍କୁ ସମ୍ମାନ ଦେଉ ଜୁହାର
ହେଉ ଟିକି ଟିକି ହାତ କୁ ଯୋଡ଼ି
କି ସୁନ୍ଦର ଶୋଭା ପଡଇ ଝରି ।
ମଧୁ ଝରା ହସ କେଡେ ସୁନ୍ଦର
ଝରଇ ଯହିଁ ରୁ ଅମୀୟ ଧାର
ଆମେ ଟିକି ଟିକି ଶିଶୁ କଳିକା l
ନାଚି ନାଚି , ହସି ଗାଇ ଗାଇ କା
ହରି ନେଉ ବଡ ଲୋକ ଙ୍କ ମନ
ଖୁସି ରେ ବିତଇ ଆମରି ଦିନ
ବଡ ହେବା ପାଇଁ କରୁ ଯତନ l
ବଡ ଲୋକ ଗୁଣ ଅନୁକରଣ
କରି ଧୀରେ ଧୀରେ ହେଉଛୁ ବଡ
ମାନ ରଖି ଯିବୁ ଦେଶ ଜାତି ର ।
ଆମେ ଟିକି ଟିକି ଶିଶୁ କଳିକା
ଟିକି , ବୈଜ୍ଞାନିକ ହେବାକୁ ଇଚ୍ଛା
ଟିକି ଫୁଲ ପରି ବାସ ଛୁଟାଇ
ସେନେହ ପ୍ରୀତି ରେ ମନ ରଞ୍ଜାଇ ।
ବଡ ହେବୁ ଆମେ ସବୁ ନିଶ୍ଚୟ
ଶୈଶବ ଆମର ଆନନ୍ଦ ମୟ
ଆମେ ଟିକି ଟିକି ଶିଶୁ କଳିକା l
ଫୁଟି ବାକୁ ଚାହୁଁ ଫୁଲ ଭଳିକା
ଧରା ଉପଵନେ ଖୁସି ମନ ରେ
ଚଳି ବୁ ସଭିଏଁ ଭବି ଶ୍ୟତ ରେ ।
