STORYMIRROR

Bidutprabha Mishra

Inspirational Others Children

3  

Bidutprabha Mishra

Inspirational Others Children

ଆରାଧନା

ଆରାଧନା

1 min
116


ଆରାଧନା ଏକ ପବିତ୍ରକରମ

ମାନବ ଜୀବନ ପାଇଁ,

ନିକଟତର ହେଉ ପ୍ରଭୁଙ୍କ ସହିତ

ଶୁଦ୍ଧପୂତ ଭାବ ନେଇ l

ଭକ୍ତି ଭାବ ଆଉ ଆରାଧନା ବିନା

ମନୁଷ୍ୟଟି ପଶୁତୁଲ୍ୟ,

ଶ୍ରେଷ୍ଠ ସୃଷ୍ଟିପରା ମନୁଷ୍ୟ ଜନମ

ବୁଝିଯାଅ ତାର ମୂଲ୍ୟ l

ଆରାଧନା କରି ଶ୍ରୀୟା ପାଇଥିଲା

ଧନ ସମ୍ପତ୍ତି ଅପାର,

ସିଦ୍ଧ ପରିଡା ହେଲେ ଶାରଳା ଦାସ

ଶାରଳା ଙ୍କପାଇ ବର l

କାଳିଦାସ ହେଲେ ବିଦ୍ୱାନ ପଣ୍ଡିତ

ମା' ସରସ୍ବତୀଙ୍କୁ ପୂଜି,

ଦସ୍ୟୁ ରତ୍ନାକର ବାଲ୍ମୀକି ସାଜିଲେ

ରାମ ଓଲଟାଇ ଭଜି l

ପ୍ରତିଦିନ ଗୃହେ ଇଷ୍ଟ ଦେବତାଙ୍କୁ

କରୁଥିଲେ ଆରାଧନା,

ପରିବେଶ ଭଲ ରହିବା ସହିତ

ଭରେ ପବିତ୍ର ଭାବନା l

ଭଜନ ଭୋଜନ ପରିବାର ଟିରେ 

ମିଳିମିଶିସଦା କର,

ଶାନ୍ତି ସ୍ଥାପନା ହୋଇବା ସହିତ

ମିଳିବ କୃପା ଅପାର l



Rate this content
Log in

Similar oriya poem from Inspirational