ଆଜିର ଶିଶୁ
ଆଜିର ଶିଶୁ
1 min
214
ମାତୃ ଗର୍ଭରୁ ଅବତାରଣ ହୋଇ
ପୃଥିବୀ ପୃଷ୍ଠକୁ ଆସଇ ଶିଶୁ
ଛୋଟ ପିଲା ଟିର କୁଆଁ କୁଆଁ ଶୁଣି
ଆନନ୍ଦ ଉଲ୍ଲାସ ମଧ୍ୟରେ ହସୁ।
କୋମଳ ମୋତିର ଅଳଙ୍କାର ହୋଇ
ଜୀବନର ଯୁଦ୍ଧର ସମ୍ଭାବନା ହୋଇ
ସଂସାରର ପାଇଁ ଲଢେଇ କରଇ
ଅମୃତ ଦୀପ୍ତିର ସନ୍ତାନ ଶିଶୁ ।
ଛୋଟ ଶିଶୁ ଟିଏ ନାଗରିକ ହୋଇ
ବହନ କରନ୍ତି ସଂସାରର ଭାର,
ପୁତ୍ର କନ୍ୟାର ଭେଦଭାବରଖ ନାହିଁ
ସଭିଏଁ ଚାଲନ୍ତି ହୋଇ ସମାନ।
