STORYMIRROR

Nirupama Tarai

Romance

3  

Nirupama Tarai

Romance

କେମିତି ବର୍ଣ୍ଣନା କରିବ

କେମିତି ବର୍ଣ୍ଣନା କରିବ

1 min
150

ହୃଦୟ ତୁମର ପୁଷ୍ପର ଗାଲିଚା

କିପରି ସ୍ପର୍ଶ ମୁଁ କରି ପାରିବି

କୋମଳ ମୋତିର ଅଳଙ୍କାର ତୁମେ

କିପରି ଗଳାର ମାଳି କରିବି।


ନୀଳ ସାଗର ଲହରୀ ତୁମେ

କ୍ଷୁଦ୍ର ନାବିକ ମୁଁ ହୋଇ ପାରିବ

ସାଧା କାଗଜରେ ପ୍ରତିଛବି ତୁମେ

ଚିତ୍ରକର କି ବା ସାଜି ପାରିବି।


ମରୁଭୂମିରେ ମରୁଝର ତୁମେ,

କ୍ଷୁଦ୍ର ନଦୀ କି ମୁଁ ହୋଇ ପାରିବି

ଜୀବନ ପଥର ଶେଷ ସୀମା ତୁମେ,

ସମ୍ପର୍କ ଆରମ୍ଭ କି କରି ପାରିବି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance