ସାଇ ବାବା
ସାଇ ବାବା
ବିଶାଳକାୟ ବଟବୃକ୍ଷ ଟିଏ
ନକରିବେ ପଛେ ନାହିଁ
ଛୋଟ ହେଉ ପଛେ ତୁଳସୀ ଗଛ ଟେ
କରିଦିଅ ମୋତେ ସାଇ l
ମହାସାଗର କି ସମୁଦ୍ର ପଛକେ
ନ କରିଲେ ପଛେ ନାହିଁ
ଛୋଟ ହେଉ ପଛେ କ୍ଷୁଦ୍ର ନଦୀ ଟିଏ
କରିଦିଅ ମୋତେ ସାଇ l
ବଡ଼ ହେଲେ ହେଉ ଦୂର ପାହାଡ଼ ଟେ
ନ କରିଲେ ପଛେ ନାହିଁ
ଛୋଟ ହେଉ ପଛେ ଧୂଳିକଣା ଟିଏ
କରିଦିଅ ମୋତେ ସାଇ l
