STORYMIRROR

Gyanendriya Dash

Inspirational Children

3  

Gyanendriya Dash

Inspirational Children

ପୁଷପୁନି

ପୁଷପୁନି

1 min
165


ସୁନ ସୁନ ମୋର୍ ଭାଏ ବହେନ୍ ଗୋ

ସୁରୁବାବୁ ସୁରୁନନି

ପଶ୍ଚିମ୍ ଉଡିଶାର୍ ପଢ଼ୁଁଆ ପରବ୍

ନାଁ ତାର୍ ପୁଷପୁନି ।।

ଘର୍ ଦୁଆର୍ ସବୁ ଲିପି ପୁଛି କରି

ସଫା ସୁତୁରା ଚିକନ୍ କରି

ପିଠା ପନା ବରା ଆଏରସା କାକରା

ଖାଉଥିମା ସିକାର୍ ଝୁରି ।।

ସକାଲୁଁ ସକାଲୁଁ ବେଗ୍ ଗୁଟେ ଧରି

ମାଗିଯିମା ଛେରଛେରା

ଦଲ୍ ଦଲ୍ ହେଇ ବୁଲୁଥିମା ଭାଇ

ଇ ପରା ଆଉର୍ ସେ ପରା ।।

ଖିଲି ପାନ ଗୁଟେ ଖାଇକରି ସଥେଁ

ମଝିଖୁଲି ଠିଆ ହେମା

କେଲି ବାଡ଼ି ଆଉର୍ କବାଡ଼ି ଖେଲ ଥିଁ

ମନ୍ ଭରି ମାତି ଯିମା ।।

ଚାଷୀର୍ ପୁଓ ଝି ଆମେରେ ପିଲେ

ମାଁ ମାଟିର୍ ଦୟା ଥାଉ

ପୁଷ ପୁନି ତିହାର୍ ଫି ବଛର୍ ମାନମା

ଖେତେ ଫସଲ୍ ଭରୁଥାଉ ।।

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational