Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BULU BEHERA

Inspirational Children

3  

BULU BEHERA

Inspirational Children

ଆମ ମାତୃଭୂମି ଓଡିଶା

ଆମ ମାତୃଭୂମି ଓଡିଶା

1 min
162


ଆମ ମାତୃଭୂମି

   ଓଡିଶା... ଓଡିଶା... ଓଡିଶା 

ଆମ ମାତୃଭାଷା

   ଓଡ଼ିଆ... ଓଡ଼ିଆ... ଓଡ଼ିଆ l(0)


ଯାର କୋଳରେ 

   ଛୋଟରୁ ବଡ଼ ହୋଇଛେ 

ଯା'କୁ ସେବିବାକୁ

   ରାଣ ଆମେରେ ଖାଇଛେ l

ସେ ହେଉଛି ପରା 

   ମମତାମୟୀ ମୋ ଜନନୀ 

ରୂପେ ଅନୁପମା

   ଯାହାର ସବୁଜ ବନାନୀ l

ଦିଶଇ ଆମକୁ

    ବଢିଆ... ବଢିଆ... ବଢିଆ...|(1)


ତାର ବକ୍ଷ ଚିରି

    ପ୍ରବାହିତ ସବୁ ହୁଅଇ 

ଯେତେ ନଦନଦୀ

    କୁଳୁକୁଳୁ ତାନେ ବହଇ l

ଯେତେ ତୀର୍ଥ ସ୍ଥାନ

    ପାଇଁ ଯେ ବିଖ୍ୟାତ ଅଟଇ 

ପ୍ରାକୃତିକ ଶୋଭା

    କି ସୁଷମା ତାର ଦିଶଇ l

ତା ପାଦରେ କୋଟି

    ମୁଣ୍ଡିଆ... ମୁଣ୍ଡିଆ... ମୁଣ୍ଡିଆ l(2)



Rate this content
Log in

Similar oriya poem from Inspirational