STORYMIRROR

LALIT MOHAN DASH

Abstract Children Stories Inspirational

3  

LALIT MOHAN DASH

Abstract Children Stories Inspirational

ମୋ ଦେଶ ଆଜି ସତେ କି ହସୁଛି

ମୋ ଦେଶ ଆଜି ସତେ କି ହସୁଛି

1 min
182


ତ୍ରିରଙ୍ଗା ଉଡୁଛି ହେଇ ଫର ଫର

ଆଗରୁ ଯେ ଆଜି ଅଗଷ୍ଟ ପନ୍ଦର

କେଉଁ ଲକ୍ଷ୍ୟ ନେଇ ବିଚାର କର

ଏ ନୀତି ପରା ଆମ ନେତାଙ୍କର l

ଛୋଟରୁ ଜାଣିଛି ପଢିଗଲି ଯେବେ

ଜାନୁଆରୀ ଛବିଶି ଅଗଷ୍ଟ ପନ୍ଦରେ

ଦୁଇଦିନ ଉଡେ ସାରା ଦେଶରେ

ଉତ୍ସବ ମନାନ୍ତି ସବୁ ଯାଗାରେ l

ଦିନେ ଗଣତନ୍ତ୍ର ଦିନେ ସ୍ୱାଧୀନତା

ବାକି ଦିନେ ପରା ବିଧାନସଭା

ପୁଣି ଲୋକସଭା ରାଜ୍ୟସଭା

ନ୍ୟାୟାଳୟ ସରକାରୀ ବ୍ୟବସ୍ଥା

ପଞ୍ଚସ୍ତରିତମ ସ୍ୱାଧୀନତା ଦିବସ

ଅମ୍ରିତ ମହୋତ୍ସବ ମାନୁଛି ଦେଶ

ହର ଘର ହର ତ୍ରିରଙ୍ଗା ଆଦେଶ

ଯେଉଆଡେ଼ ଦେଖ ପତାକା ଦୃଶ୍ୟ l

ବନ୍ଦେ ମାତରମ ଜୟ ଜୟକାର

ଚାରିଆଡେ ଶୁଭୁଛି ଶୁଣ ହେ ସ୍ୱର

ଦେଶକୁ ସମସ୍ତେ ଗର୍ବିତ କର

ଆଜି ପରା ଭାଇ ଅଗଷ୍ଟ ପନ୍ଦର l

ପୂରୁବ ଗୌରବ ଦେଇ ପ୍ରାଣବଳୀ

କେତେ ଆନ୍ଦୋଳନ କେତେ ମହାକଳି

କେତେ ଫାଶୀ ପୁଣି କେତେ ମାଡଗାଳି

ଶହ ଶହ ମୁଣ୍ଡ ଯାଇଅଛି ଟଳି l

ଅହିଂସା ନୀତିକୁ ଶେଷେ ଆପଣେଇ

ମହାତ୍ମା ଗାନ୍ଧିଜୀ ଆସିଲେ ଧାଇଁ

ଗୋରା ସରକାର ପଡିଲେ ନଇଁ

ଭାରତ ଛାଡିକି ଗଲେ ପଳେଇ l

ହେଲା ଆମ ଦେଶ ଭାରତ ସ୍ୱାଧୀନ

ତ୍ରିରଙ୍ଗା ଉଡିଲା ବୋଲି ଜନଗଣ

ସ୍ୱାଧୀନତା ଖୁସି ଥିଲା ଏହି ଦିନ

ଏ ଦେଶ ଆମ ତ୍ରିରଙ୍ଗା ମହାନ l


Rate this content
Log in

Similar oriya poem from Abstract