STORYMIRROR

Satyanarayan Sahoo

Abstract Inspirational Children

3  

Satyanarayan Sahoo

Abstract Inspirational Children

ଶିଶୁ ରାଇଜ

ଶିଶୁ ରାଇଜ

1 min
152

ଆମେ  ଟିକି ଟିକି ଶିଶୁ କଳିକା

ଆସ ସବୁ ବାଳକ ଓ ବାଳିକା ।


ହସି ହସି କଥା କହି କହି କା

ନାଚି ନାଚି ଗୀତ ଗାଇ ଗାଇ କା ।


ଖେଳି ବୁଲି ଆନନ୍ଦ ରେ ଉଚ୍ଛୁଳି

ଟିକି ଓଠେ ରେ ହସି ଖିଲି ଖିଲି ।


ଗଢ଼ିବା ଆମର ଶିଶୁ ରାଇଜ

ଭରା ଥିବ ନିତି ଖୁସି ମଉଜ ।


ସେନେହ , ଶରଧା ପ୍ରୀତି ଆଦର

ପୁରି ରହି ଥିବା ଶାନ୍ତ - ସୁନ୍ଦର ।


ପ୍ରାକୃତିକ ଶୋଭା ସୌନ୍ଦର୍ଯ୍ୟ ମୟ

ପରିବେଶ ଯାର ଆନନ୍ଦ ମୟ ।


ଖୁସି ମନେ ଖେଳି ବୁଲି ବିତ।ଇ

ଦେବା ଆମ ଶିଶୁ ରାଇଜେ ରହି ।


ଆସରେ ,ଆସରେ ଶିଶୁ ଯେତେକ

ଶିଶୁ ରାଇଜ ରେ ଆମରି ସୁଖ ।


ଶିଶୁ ରାଇଜରେ ବିତାଇ ବେଳା

ବଡ ହେବୁ ଆମେ ଯେତେରେ ପିଲା ।



Rate this content
Log in

Similar oriya poem from Abstract