STORYMIRROR

Bidutprabha Mishra

Inspirational Children

3  

Bidutprabha Mishra

Inspirational Children

ଜୀବନ ଗୁଡ଼ି

ଜୀବନ ଗୁଡ଼ି

1 min
210


ଜୀବନ ଗୁଡ଼ିର ନଟେଇ ସୂତାଟି

ପ୍ରଭୁଙ୍କ ହାତର ଖେଳ 

ସୂତା ଛିଡ଼ିଗଲେ ଜୀବନ ଗୁଡିର 

ରହେ ନାହିଁ କିଛି ବଳ ll


ବିପଦ ଆପଦ ଆସଇ ଜୀବନେ

ଝଡ଼ ଓ ବତାସ ପରି 

 ପ୍ରଭୁଙ୍କ ଆଶ୍ରାରେ ଜୀବନ ଗୁଡିଟି

ରହେ ସଦା ଉଡି କରି ll


ଜନ୍ମରୁ ଆରମ୍ଭ ମରଣରେ ଶେଷ

ଜୀବନ ଗୁଡିର ଗତି 

ବିଶ୍ୱ କର୍ତ୍ତାଙ୍କ ଅଦୃଶ୍ୟ ଇଙ୍ଗିତେ

ଉଡିବା ତାର ନିୟତି ll


ଗୁଡିର ସୂତାଟି ରକ୍ଷା କର୍ତ୍ତା ସାଜେ

ପ୍ରଭୁଙ୍କ ଆଶିଷ ପରି 

ଭକ୍ତି ଓ ବିଶ୍ୱାସ ମଜଭୁତ ଥିଲେ

ଈଶ୍ୱରକରନ୍ତି ପାରି ll


ଜୀବନ ଗୁଡ଼ିଟି କେବେ ଉଡୁଥାଏ

ଧୀର ପବନର ସାଥେ 

ଦୂର ଆକାଶକୁ ଛୁଇଁ ଯାଉଥାଏ

ଖୁସିରେ ଝୁମି ସେ କେତେll


କେବେ ସାମ୍ନା କରେ ବତାସ ପବନ

ପାରେ ନାହିଁ ଆଉ ଉଡି 

ଦେହରୁ ତାହାର ସୂତା ଛିଡ଼ିଯାଏ 

ପଡ଼ିଯାଏ ମୁହଁ ମାଡି ll


ମଣିଷ ଜୀବନ ଗୁଡିଟିଏ ପରି

ଦୁଃଖ ସୁଖ ଭୋଗ ଫଳ 

ପ୍ରଭୁଙ୍କ ଆଶିଷ ଶକ୍ତ ସୂତା ସେତ 

ଜୀବନ ପାଇଁ ସେ ବଳ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational