STORYMIRROR

Bharatabandhu Biswal

Inspirational Children

3  

Bharatabandhu Biswal

Inspirational Children

ଯୁୁଗ ସମ୍ଭବ ଶ୍ରୀହରି

ଯୁୁଗ ସମ୍ଭବ ଶ୍ରୀହରି

1 min
184


ପ୍ରଣବ ସ୍ୱରୂପ ସତ୍ୟ ଜ୍ୟୋର୍ତିମୟ

  ଅବତର କୃପା କରି

ପ୍ରତିଟି ହୃଦୟେ ଉନ୍ମେଷୁ ଦିବ୍ୟତା

  ସୁପାତ୍ରତା ଦିଅ ଭରି ।


ତୁମେ ଜଗନ୍ନାଥ ପରମ ପୁରୁଷ

  ବ୍ରହ୍ମ ଅନାଦି ଅନନ୍ତ 

ତୁମେ ସନାତନ ସୃଷ୍ଟି ବର୍ତ୍ତମାନ 

  ଅଟ ଭବ୍ୟ ଭବିଷ୍ୟତ 

ଉଦୟ ହୁଅ ହେ ସୁମନ ଅରୁଣ

  ବରଷୁ ଅମୃତ ବାରି ।


ଉଲ୍ଲସିତ ହେଉ ପୀଡିତ ପରାଣ

  ଦୁଃଖ ରାଶି ହେଉ କ୍ଷୟ

ପ୍ରତି ଓଠ ଧାରେ ଫୁଟୁ ମଧୁହାସ୍ୟ

  ଜୀବନର ହେଉ ଜୟ

ନାଶ ଅନ୍ଧକାର  ଯୁଗର କଳ୍ମୁଷ

  ସମ୍ଭବ ହୃଦେ ଶ୍ରୀହରି ।

    -----



Rate this content
Log in

Similar oriya poem from Inspirational