STORYMIRROR

Baikunth Bihari Swain

Romance

3  

Baikunth Bihari Swain

Romance

କଥା କୁହା ଆଖି

କଥା କୁହା ଆଖି

1 min
174

ପ୍ରେମ କରୁଣ ବିରହ ରୌଦ୍ର ଭୟଙ୍କର 

ଭାବ ପ୍ରକାଶଇ ଆଖି।

ଆଖି ଦେଖି ଆମେ ବୁଝି ନେଇଥାଉ

ହୃଦୟ ଭାବ ପରଖି।


ଅଝଟ କରିଲେ ବାଳୁତ ଶିଶୁଟି

ମାଆ ଦେଖାଏ ତା ଆଖି।

ଆଖିର ଭାଷାକୁ ବୁଝି ନିଏ ଶିଶୁ

କ୍ଷଣେ ଯାଇଥାଏ ଶଙ୍କି।


ପଶ୍ଚିମ ଆକାଶେ ଭାନୁ ଉଭା ହେଲେ

ସୂଚାଇ ଦେବାରୁ କୃଷ୍ଣ।

ଆଖିର ଇଙ୍ଗିତେ ତୃତୀୟ ପାଣ୍ଡବ

ଜୟଦ୍ରଥେ କଲେ ନାଶ।


ଡାହାଣୀ ଛଞ୍ଚାଣ ନାଗ ଆଖି ସଦା

ସମାଜେ ଉପମା ଦେଉ ।

କର୍ମ ନେଇ ଆମେ ଉପମାର ଭାବ

ମନ ମଧ୍ୟେ ଚେତି ଥାଉ।


ଆଖି ନାହିଁ ଜାର ସାକ୍ଷୀ ନାହିଁ ତାର

ପ୍ରବାଦଟି ଆମେ ଜାଣୁ।

ଏକ ସାକ୍ଷୀ ସାକ୍ଷୀରେ ନଯାଏ

ଆଇନିରେ ଆମେ ଗଣୁ ।


ବିନା ପଲକ ରେ ନଚାଏ ଜଗତ

ତା"ଈଶାରା କିଏ ବୁଝେ ।

ପ୍ରେମ ଡୋରେ ତାକୁ ବାନ୍ଧିବାକୁ ଭକ୍ତ

ସଂସାର ସାଗରେ ଖୋଜେ।


     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance