ହୋଲି ଖେଳି ଆମେ ହେବା ନାଲି
ହୋଲି ଖେଳି ଆମେ ହେବା ନାଲି
ଆସ କୁନା କୁନି ଝିଲି ମିଲି
ଟୁକୁନା ବାବୁନା ରାନୀ ରାଲି
ହାତେ ଧରି ଆସ ରଙ୍ଗର ପସରା
ହୋଲି ଖେଳି ଆମେ ହେବା ନାଲି।।
ରସାୟନ ରଙ୍ଗ ଦୂରେଇବା
ପ୍ରାକୃତିକ ରଙ୍ଗ ଲଗାଇବା
ଚର୍ମର ସୁରକ୍ଷା ରଖିବା ନିମନ୍ତେ
ଶରୀରରେ ତେଲ ମାଖି ହେବା।।
ଆଖିରେ ଚଷମା ନାଇଥିବା
ଅବିର ପଡ଼ିଲେ ଧୋଇ ଦେବା
ନୟନ ଆମର ଅମୂଲ୍ୟ ସମ୍ପଦ
ଜତନେ ତାହାକୁ ସାଇତିବା।।
ଆମ ଭାରତର ଭାଇଚାରା
ବିଶ୍ବରେ ବିରଳ ଅଟେପରା
ହିନ୍ଦୁ ମୁସଲିମ ଖ୍ରୀଷ୍ଟିଆନ ସର୍ବେ
ଗୋଟିଏ ନଦୀର ଜଳ ଧାରା।।
ଭେଦ ଭେଦ ଆମେ ଭୁଲି ଯାଇ
ଦେଶ ମାତୃକାର ଗାଥା ଗାଇ
ଗଉରବ ପଥେ ଆଗେଇ ଯିବାରେ
ହୀନମନ୍ୟତାକୁ ଦୁରେ ଥୋଇ।।
