STORYMIRROR

Baikunth Bihari Swain

Children

3  

Baikunth Bihari Swain

Children

ହୋଲି ଖେଳି ଆମେ ହେବା ନାଲି

ହୋଲି ଖେଳି ଆମେ ହେବା ନାଲି

1 min
16


             

ଆସ କୁନା କୁନି ଝିଲି ମିଲି

ଟୁକୁନା ବାବୁନା ରାନୀ ରାଲି

ହାତେ ଧରି ଆସ ରଙ୍ଗର ପସରା

ହୋଲି ଖେଳି ଆମେ ହେବା ନାଲି।।

ରସାୟନ ରଙ୍ଗ ଦୂରେଇବା

ପ୍ରାକୃତିକ ରଙ୍ଗ ଲଗାଇବା

ଚର୍ମର ସୁରକ୍ଷା ରଖିବା ନିମନ୍ତେ

ଶରୀରରେ ତେଲ ମାଖି ହେବା।।

ଆଖିରେ ଚଷମା ନାଇଥିବା

ଅବିର ପଡ଼ିଲେ ଧୋଇ ଦେବା

ନୟନ ଆମର ଅମୂଲ୍ୟ ସମ୍ପଦ

ଜତନେ ତାହାକୁ ସାଇତିବା।।

ଆମ ଭାରତର ଭାଇଚାରା

ବିଶ୍ବରେ ବିରଳ ଅଟେପରା

ହିନ୍ଦୁ ମୁସଲିମ ଖ୍ରୀଷ୍ଟିଆନ ସର୍ବେ

ଗୋଟିଏ ନଦୀର ଜଳ ଧାରା।।

ଭେଦ ଭେଦ ଆମେ ଭୁଲି ଯାଇ

ଦେଶ ମାତୃକାର ଗାଥା ଗାଇ

ଗଉରବ ପଥେ ଆଗେଇ ଯିବାରେ

ହୀନମନ୍ୟତାକୁ ଦୁରେ ଥୋଇ।।

           


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children