STORYMIRROR

SUKANTA KHANDA

Others Children

3  

SUKANTA KHANDA

Others Children

ଧନ୍ଦା-୬

ଧନ୍ଦା-୬

1 min
169


ଧନ୍ଦା ପଠେଇଲି ଉତ୍ତର ଦିଅ

ନୀରବ ହୋଇକି କାହିଁକି ରୁହ ?


ଏ ଧନ୍ଦାଟି ମୋର ବୃକ୍ଷ ଉପରେ

ଯିଏ ଅମ୍ଳଜାନ ଦିଏ ଅଚିରେ।


ଶ୍ରେଷ୍ଠ ବୃକ୍ଷ ବୋଲି ସାବିତ୍ରୀ ବ୍ରତ

ପତ୍ନୀଏ କରନ୍ତି ସ୍ଵାମୀଙ୍କ ହିତ।


ପ୍ରଥମ ଦ୍ଵିତୀୟ ମିଶାଇ ଦିଅ

ପୁରୁଷ ବିବାହ କାଳରେ ହୁଅ।


ପ୍ରଥମ ତୃତୀୟ ଯେବେ ମିଶିବ

ଠକ ପକ୍ଷୀଟିଏ ଜାଣି ପାରିବ।


ପ୍ରଥମ ଚତୁର୍ଥ ମିଶିଲେ ଭାବ

ପ୍ରାଚୀ ନିର୍ଗୁଣ ଏ ମହାତ୍ମ୍ୟ ଥିବ।


ଦ୍ଵିତୀୟ ତୃତୀୟ ମିଶିଲେ ହେବ

କାହାର ବଳକୁ ଭାଙ୍ଗି ପାରିବ।


ଦ୍ଵିତୀୟ ପ୍ରଥମ ମିଶାଅ ତୁମେ

ଶଦ୍ଦ କରିବାକୁ ବୁଝାଏ ଧାମେ।


ତୃତୀୟ ଚତୁର୍ଥ ଯୋଡ଼ିବ ଯେବେ

ଗଛଲତା ସବୁ ଆମରି ଭବେ।


ତୃତୀୟ ପ୍ରଥମ ମିଶାଇ ଦିଅ

ସ୍ଵତନ୍ତ୍ର ବୃକ୍ଷଠୁ ଔଷଧ ପାଅ।


ତୃତୀୟ ଦ୍ଵିତୀୟ ଅଭାବ ଅର୍ଥ

ମିଶାଇଲେ ଭାବ ହେବନି ବ୍ୟର୍ଥ?


ଚତୁର୍ଥ ଦ୍ଵିତୀୟ ଅର୍ଥ ଇତର

ମିଶିଲେ ପାଇବ ଏହା ଉତ୍ତର।


ଚତୁର୍ଥ ତୃତୀୟ ଅକ୍ଷର ଦୁଇ

ଶଦ୍ଦ ମିଶିଗଲେ ଛେଦନ ଭାଇ।


ଲେଖିଲି ଧନ୍ଦାକୁ ନିଶ୍ଚେ ପଢ଼ିବ

ଉତ୍ତର ଦେବାକୁ ନାହିଁ ଭୁଲିବ।


ଉତ୍ତର ପାଇଲେ ଖୁସିଟେ ହେବି

ପ୍ରଣାମ ଦୂରରୁ ସଦା କରିବି।


       

ଉତ୍ତର-ବରଗଛ


Rate this content
Log in