STORYMIRROR

Akankshyamayee Dash

Abstract Classics Children

3  

Akankshyamayee Dash

Abstract Classics Children

ନବରାତ୍ରି

ନବରାତ୍ରି

1 min
212


ହେ ଦଶଭୁଜା ତୁହି ମା ଦୁର୍ଗା

  ଧରାକୁ ଓହ୍ଲାଇ ଆସ,

ଦଶଭୁଜା ତୁମ ବ୍ୟବହାର କରି

ଦୁଃଖୀ ଦୁଃଖ କର ନାଶ ।।


 ପ୍ରଥମ ଭୁଜରେ ମାରିବୁ ଲୋ ମାଆ 

  ଏ ଦେଶରୁ ଭ୍ରଷ୍ଟ।ଚାର,

ଦୂତ୍ୱୀୟ ଭୁଜ ରେ ଦାରିଦ୍ର୍ୟକୁ ତୁହି

କରିବୁ ଦେଶୁ ବାହାର ।।


ତୃତୀୟ ଭୁଜ ରେ ଧ୍ଵଂସ କରିବୁ

 ଅତ୍ୟାଚାରକୁ ତୁହି

 ଚତୁର୍ଥଭୁଜ ରେ ଅଶିକ୍ଷାକୁ ତୁହି

  ବିନାଶ କରିବୁ ରହି ।।


ପଞ୍ଚମଭୁଜ ରେ ସଂହାର କରିବୁ

 ନାରୀ ନିର୍ଯାତନା ତୁହି

ଷଷ୍ଠଭୁଜ ରେ କନ୍ୟାଭ୍ରୁଣ ହତ୍ୟା

ଦେବୁ ତୁ ମୁଳୁ ଉଠାଇ ।।


ସପ୍ତମଭୁଜ ରେ ବିନାଶ କରିବୁ

ଯୌତୁକ ବଳାତ୍କାର

ଅଷ୍ଟମ ଭୁଜ ରେ ଚୋରି ଠକେଇକୁ

 ତଡ଼ିବୁ କରି ପ୍ରହାର ।।


ନବମ ଭୁଜରେ ଉଠେଇ ଦେବୁ ତୁ

ଶିଶୁଶ୍ରମ ବୃଦ୍ଧାଶ୍ରମ

ଦଶମଭୁଜ ରେ ଭୋକିଲାଙ୍କୁ ତୁହି

କରିବୁ ଯେ ଅର୍ଣ୍ଣଦାନ ।।



Rate this content
Log in

Similar oriya poem from Abstract