ରଥଯାତ୍ରା
ରଥଯାତ୍ରା
ଆଷାଢ ଶୁକ୍ଳରେ ଦ୍ଵିତୀୟା ତିଥିରେ
ହୋଇ ଥାଏ ରଥ ଯାତ୍ରା
ଭାଇ ଭଗ୍ନୀ ସାଥେ ଜନ୍ମ ବେଦୀ ଯାନ୍ତି
ଆର୍ତ୍ତତ୍ରାଣ ସୃଷ୍ଟି କର୍ତ୍ତା l୧l
ବିଶ୍ୱ ବାସୀଙ୍କର ମଙ୍ଗଳ ନିମନ୍ତେ
ମନ୍ଦିରୁ ବାହାର ହୁ'ନ୍ତି
କୋଟି ଜନତାଙ୍କୁ ଦର୍ଶନ ଦେଇଣ
ପାପ ତାପ ହରି ଥାନ୍ତି l୨l
ବଳଦେବଙ୍କର ତାଳଧ୍ଵଜ ରଥ
ସୁଭଦ୍ରା ଦେବଦଳନ
ଜଗନ୍ନଥଙ୍କର ନନ୍ଦିଘୋଷ ରଥ
ବିଜେ କାଳୀୟ ଦଳନ l୩l
ଆଡମ୍ବର ପୂର୍ଣ୍ଣ ବେଶ ଭୂଷା କରି
ପହଣ୍ଡିରେ ଅଣା ଯାଏ
ଝୁଲି ଝୁଲି ପ୍ରଭୁ ରଥକୁ ଆସନ୍ତି
କି ସୁନ୍ଦର ଦିଶୁ ଥାଏ l୪l
ଶଙ୍ଖ ଘଣ୍ଟା ଧ୍ଵନି ଉଛୁଳି ଉଠଇ
ସ୍ତୁତି ପାଠ ସଂକୀର୍ତ୍ତନ
ଗଜପତି ରାଜା ମାର୍ଗ ପରିଷ୍କାର
ଛିଞ୍ଚନ୍ତି ପାଣି ଚନ୍ଦନ l୫l
ପ୍ରଥମେ ସୁଭଦ୍ରା ରଥକୁ ଟାଣନ୍ତି
ଦ୍ଵିତୀୟରେ ବଳଦେବ
ଆନନ୍ଦ ଉତ୍ସାହ ଉଦ୍ଦୀପନା ସାଥେ
ନନ୍ଦିଘୋଷ ଚାଲୁଥିବ l୬l
ଭଜନ କିର୍ତ୍ତନ ନୃତ୍ୟ ହୁଳହୁଳି
ବଡ଼ ଦାଣ୍ଡ ଉଛୁଳଇ
ପାପି ତାପୀ ମାନେ ଏକାଠି ହୁଅନ୍ତି
ଚଳନ୍ତି ପ୍ରତିମା ପାଇଁ l୭l
ଚଳନ୍ତି ରଥକୁ ଦର୍ଶନ କରିଲେ
ସର୍ବ ପାପ କ୍ଷୟ ହୁଏ
ବଡ଼ ଦାଣ୍ଡ ଆଜି ଦେବମୟ ପରା
ରଥ ପଥ କଥା କହେ l୮l
ଆଡପ ମଣ୍ଡପେ ନବ ଦିନ ରହି
ଶ୍ରୀମନ୍ଦିର ବାହୁଡ଼ିବେ
ମାଉସୀ ମାଆଙ୍କ ପୋଡ଼ ପିଠା ଖାଇ
ଖୁସିରେ ଘର ଫେରିବେ l୯l
ଦଶମୀ ବାହୁଡା଼ ଯାତ୍ରା ଏହା ନାମ
ଲଷ୍ମୀ ମାତା ଋଷି ଥାନ୍ତି
ହେରା ପଞ୍ଚମୀରେ ରଥ କାଠ ଭାଙ୍ଗି
ଲଷ୍ମୀ ରାଗ ସୁଝାଅନ୍ତି l୧୦l
ଏକାଦଶୀ ଦିନ ସୁନା ବେଶ ହୁନ୍ତି
ରଜ ରାଜେଶ୍ୱର ବେଶ
ଭକ୍ତଙ୍କ ନୟନ ପବିତ୍ର ହୁଅଇ
ମନେ ଅମାପ ସନ୍ତୋଷ l୧୧l
ପର ଦିନ ହୁଏ ନୀଳାଦ୍ରୀ ବିଜୟ
ଭେଟ ଲଷ୍ମୀ ନାରାୟଣ
ଜଗନ୍ନାଥ ପ୍ରଭୁ ରସ ଗୋଲା ଖୋଇ
କରନ୍ତି ମାନ ଭଞ୍ଜନ l୧୨l
