STORYMIRROR

Akankshyamayee Dash

Abstract

4  

Akankshyamayee Dash

Abstract

ସହିବାର ଦିଅ ଶକ୍ତି

ସହିବାର ଦିଅ ଶକ୍ତି

1 min
296


ଜାଣତରେ ଦୁଃଖ ଦେଇନି ମୁଁ ପ୍ରଭୁ

 କାହାକୁ କେବେହେଁ ଜୀବନେ ମୋର

ତଥାପି କାହିଁକି ଦୁଃଖ ସହି ମରେ

ତା ବଦଳେ ମୋ କି ଏ ପୁରସ୍କାର ?


କାହା ମନ୍ଦ ପାଞ୍ଚିବାର ଜାଣିନାହିଁ

ତଥାପି ମୋ ମନ୍ଦ ପାଞ୍ଚନ୍ତି କେତେ

ପରକୂଟ,ପର ଘର ଭଙ୍ଗାଙ୍କର

ରାଜୁତି ଚାଲିଛି ତୁମ ଜଗତେ ।।


ଅସମ୍ମାନ କା'କୁ କରିବା ଶିଖିନି

ଭାବେନା କାହାକୁ ମୁଁ ବଡ଼ ସାନ

ତଥାପି କାହିଁକି କହିଦିଅ ପ୍ରଭୁ

ପାଏ ଅଯଥାରେ ମୁଁ ଅପମାନ ।।


କାହାପ୍ରତି ଅହଙ୍କାର ମୋର ନାହିଁ

କଣ ଅବା ଅଛି ମୋହ ନିକଟେ

ତଥାପି କାହିଁକି ବୁଝିପାରେ ନାହିଁ

ମୋହ ପାଇଁ ଗାତ ଖୋଲନ୍ତି କେତେ ।


ସମସ୍ତ ଙ୍କୁ ଭାବେ ମୋ ନିଜର ବୋଲି

ନଭାବି କାହାକୁ ଆପଣା ପର

ତଥାପି କେତେକ ଘୃଣା କରିଥାନ୍ତି

ନାହିଁ ଧନ ବୋଲି ପାଶେ ମୋହର ।।


ଧନ ନାହିଁ ବୋଲି ହୀନ ମାନ୍ୟତା ମୁଁ

ଦେଖିଅଛି ମୋ ଆତ୍ମୀୟ ଙ୍କ ଠାରେ

ଧନ ଅଛି ସିନା ମନ ନାହିଁ ତାଙ୍କ

ତାର ମାନ କଣ ଅଛି ସଂସାରେ ।।


ମାନ ଅପମାନ , ଈର୍ଷା ଅହଙ୍କାର

ଗାଳି ମନ୍ଦ ଯିଏ କରୁ ମୋହରେ

ସହିବାର ଖାଲି ଶକ୍ତି ଦିଅ ପ୍ରଭୁ

ଦୁଃଖ ମୁଁ ନଦିଏ କେବେ କାହାରେ ।।


ମୋ ଜୀବନେ ଭରା ଯେତେ ଝଡଝଞ୍ଜା

ଦୁଃଖ, ନିର୍ଯ୍ୟାତନା, କଷ୍ଟ ମୋହର

ମୋପରି ଅଭାଗା କରନାହିଁ କାରେ

ବିନତି ତୁମ୍ଭଙ୍କୁ ହେ ଚକ୍ରଧର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract