STORYMIRROR

Sunanda Mohanty

Children Stories Others Children

3  

Sunanda Mohanty

Children Stories Others Children

ପ୍ରଜାପତି

ପ୍ରଜାପତି

1 min
187


ଧରିଲେ କଙ୍କି

ମାଆ କହେ

କଙ୍କି ଧରିଣ ମାଆ ମରଣ

ନିବୃତ୍ତ ହୁଏ ମନ

ପ୍ରଜାପତି ଧରିବାକୁ ଗଲେ

ବାପା କହନ୍ତି

ଛିଣ୍ଡିଯିବ ତା ଡେଣା

କଷ୍ଟ ପାଇବ

ଉଡିନପାରିଲେ ସେ ଖାଇବ କଣ

ରହିଯାଏ ସୁନା ଧନ

ସାଧବ ବୋହୁ ଆଣି

ସିନ୍ଦୁର ଫରୁଆ ସଜାଡି

ରଖୁ ରଖୁ ଜେଜେ କୁହନ୍ତି

ପ୍ରକୃତି କୋଳେ

ବଢନ୍ତି ସେମାନେ

ମରିଯିବ କାଳେ ସାବଧାନ

ପିମ୍ପୁଡି ଗାତରେ ଗୋଡ଼ ପକେଇଲେ

ଅଜା କୁହନ୍ତି ଦେଖ

ସେମାନଙ୍କ ସଞ୍ଚୟ ଗୁଣ

ଝିଣ୍ଟିକା ଡେଇଁ ଡେଇଁ ଖେଳିଲେ

ସେ ଅଳସୁଆ ସବୁଦିନ

ସବୁ କୀଟ ପତଙ୍ଗ ଧରିବାକୁ ମନା

କଣ କଲେ ହେବ କୁନା ସୁନା

ରଖିଛି ପିଣ୍ଟୁ ପୋକ

ଦେଉଛି କୋବି ପତ୍ର

ଜେଜେମା କହନ୍ତି ବିଚିତ୍ର

କୁନା ମୁନା ଟୁନା ମାନଙ୍କ ଚରିତ୍ର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍