ଯମଜ
ଯମଜ
ଆହା କେତେ ଦୁଃଖେ ବିତେ ଜୀବନ ଆମର
ଯମଜ ସନ୍ତାନ ଭାବେ ଜନମ ଗ୍ରହଣ ।
କରିଥିବା ହେତୁ ନାନା ଅଙ୍ଗ ଓ ପ୍ରତ୍ୟଙ୍ଗ
ଯୋଡ଼ି ହୋଇ କଷ୍ଟ ହୁଏ , ଥାଉ ଏକ ସଙ୍ଗ ।
ଏକାଠି ଖେଳିବେ ବସିବା ଶୋଇବା
ଖାଇବା ପିଇବା ପୁଣି ପଢ଼ିବା , ବଢିବା ।
ଏକ ସାଥେ ଦୁହେଁ ମିଳି କରୁ ଥାଉ କାମ
ଏକ , ଦେହ , ଏକ ପୁଣି ମନ ଏକ ଧ୍ୟାନ ।
ସହି ଚାଲି ଅଛୁ ନିତି ଦୁଃଖ ଶୋକ କୋହ
ଯୋଡ଼ା ଅଙ୍ଗ ହେତୁ ହୋଇ ଅତି ଅସହାୟ ।
ଅନ୍ୟ ର ସାହାର୍ଯ୍ୟ ନେଇ ନାନାଦି କରମ
କରୁ , ଏ ସଂସାରେ ଆମେ ଧରୁଛୁ ଜୀବନ ।
କାହିଁ ପାଇଁ ଏହି ପରି ସହୁ ଦୁଃଖ ଦାହ
ହୋଇ ଉଠୁ ଯେ ଉଭୟ , ଅତି ଅସହାୟ ।
ଅପମାନ ଘୃଣା ଆଉ ଲାଞ୍ଛନା ଶିକାର
ହୋଇ ବିତି ଚାଲି ଅଛି ଆମ ଦିନ କାଳ ।
ଯମଜ ହେତୁ ରୁ ବଢେ ଜୀବନ ଜଞ୍ଜlଳ
ଅକାରଣେ କେତେ ପୁଣି ଲଭୁଛୁ ଅକାଳ ।