STORYMIRROR

Sunanda Mohanty

Tragedy Inspirational Children

3  

Sunanda Mohanty

Tragedy Inspirational Children

ଅପୂର୍ବ ଏ ଦିନ

ଅପୂର୍ବ ଏ ଦିନ

1 min
134


ଅପୂର୍ବ ଏ ଦିନ ଗୋଦାବରୀଶଙ୍କ ଜନ୍ମ

ତପସ୍ୱୀ ସ୍ବାଧୀ ସନ୍ଥ ସେ ପାନ୍ଥ

ପଞ୍ଚାସଖା ମଧ୍ୟେ ଯୋଗ୍ୟପୁରୁଷ ଅନ୍ୟତମ

କର୍ମ ଧର୍ମ ଶ୍ରମ ସାହିତ୍ୟ ପାଥେୟ ପଥ

ହେ ଗୋଦାବରୀଶ ପୁଣି ଫେରିଆସ

ଶିକ୍ଷା ଦୀକ୍ଷା ସଂସ୍କୃତି ବିକଶୁ ଅତ୍ୟନ୍ତ

ତୁମ ସଖା ଗୋପବନ୍ଧୁ ଦୀନବନ୍ଧୁ ତୁମ ବିନେ

ଅଧା ଅଧୁରା କର୍ମ ଧର୍ମ ଧାରଣା ମହନ୍ତ

ବନ୍ଧୁ ପଣେ ପାଞ୍ଚସଖା ମିଳି ଶିକ୍ଷା ଆୟୁଧ

ଜାଳି ଜଳାଇ ମଶାଲ ଦେଖାଇ ନବ ଦିଗନ୍ତ

ତୁମେ ବକୁଳବନର ନିରାମୟ ନିରାକାର

ଆଦର୍ଶ ଗୌରବର ନାହିଁ ଆଦିଅନ୍ତ

ତୁମ ଦାନ ଜ୍ଞାନ ସେଵା କର୍ତ୍ତବ୍ୟ ମହାନ

ତୁମ ଜନ୍ମ ଜୟନ୍ତୀରେ ଝୁରୁ ନିତ୍ୟ

ସଂସାର ଅଳୀକ ଜନ୍ମି ବରପୁତ୍ର ଲେଖି ସାହିତ୍ୟ

ବିତରି ସୁବାସ ଜନ ଗଣ ମନ ଶାନ୍ତ

ହେ ମହାନାୟକ ଜନ୍ମ ଜୟନ୍ତୀରେ ପ୍ରଣିପାତ

ଆସି ଦେଖିଯାଅ ତୁମ କର୍ମ ଆଦର୍ଶ

ଭୁଲୁଣ୍ଠିତ ଅବା ପରାହତ ଅବା ଦେଖାଏ

ନବଦିଗନ୍ତର ପଥ ଓ ସମୟ ସାଥିରେ ସ୍ରୋତ

ଏକାଧାରେ କବି ଗାଳ୍ପିକ ଉପନ୍ୟାସିକ ରାଜନୀତିଜ୍ଞ

ଉତ୍କଳ ବିଶ୍ୱବିଦ୍ୟାଳୟ ପୃଷ୍ଠପୋଷକ ଲେଖି ଅନେକ ଗ୍ରନ୍ଥ

ଘଟାନ୍ତର ଲେଖି ବାଣପୁର ମାଟିର ଆର୍ଯ୍ୟ

ବଳ କଳ କୌଶଳ ସହିତ କୁଟନୀତିଜ୍ଞ

ଝୁରୁଛି ଏ ଦେଶ ତୁମେ ଏ ମାଟିର ଦାସାନୁଦାସ

ପଞ୍ଚସଖା ମଧ୍ୟରେ ଅନ୍ୟତମ ପଣ୍ଡିତ ।


Rate this content
Log in

Similar oriya poem from Tragedy