Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nrusingha Narayan Tripathy

Classics Others Children

3  

Nrusingha Narayan Tripathy

Classics Others Children

କିଏ ଆଣି ଦେବ ମୋ ପିଲାଦିନ

କିଏ ଆଣି ଦେବ ମୋ ପିଲାଦିନ

1 min
162



କିଏ ଆଣିଦେବ ମୋ ପିଲାଦିନ

ବସି ବସି ମୁହିଁ ଭାବେ ସପନ l

ଫେରନ୍ତା କି ମୋର ପିଲା ବୟସ

ଅଧୁରା କାର୍ଯ୍ୟକୁ କରନ୍ତି ଶେଷ ll


ବେତ, ଜାମୁ, କ୍ଷୀରି କୋଳି ଖାଆନ୍ତି

ଆମ୍ବର ଡାଳରେ ଦୋଳି ଖେଳନ୍ତି l

ଘାସବାଡି ଖେଳ ଖରାରେ ଖେଳି

ପିଟା ପିଟି ହୋଇ ଖୁସିରେ ମେଳି ll


କେନାଲ ପାଣିରେ ବୁଡିକି ରହି

ଛୁଆଁ ଛୁଇଁ ଖେଳ ମନକୁ ମୋହି l

ସାଇକେଲ ଟାର ଧରି ଦୌଡନ୍ତି

ଗ୍ରାମର ଦାଣ୍ଡରେ ନିତି ଗଡ଼ନ୍ତି ll


ସ୍କୁଲକୁ ଯିବାକୁ କରନ୍ତି ମନା

ମୁଣ୍ଡରେ ଆଣିକି କେତେ ବାହାନା l

ବରଷା ପାଣିରେ ଓଦା ହୋଇକି

କାଗଜ ଡ଼ଙ୍ଗାକୁ ଜଳେ ଛାଡିକି ll


ସାଙ୍ଗସାଥି ହୋଇ ଭୋଜି କରନ୍ତୁ

ଦୋଳ ଧରି କାନ୍ଧେ ଦାଣ୍ଡେ ଚାଲନ୍ତୁ l

ଅଜା ଆଈ ସଙ୍ଗେ ଯାତ୍ରାକୁ ଯାଇ

ଖେଳନା କିଣନ୍ତୁ ପଇସା ଦେଇ ll


ଅଫେରା ବାଟରେ ଆମେ ନାଉରୀ

ଆସିବନି ଆଉ ସମୟ ଫେରି l

ଏବେ ନାହିଁ ଆଉ ସେକାଳ ବେଳ 

ଖେଳ କୁଦ ନାହିଁ ସାଥୀଙ୍କ ମେଳ ll


ଖାଲି ପାଠପଢା ବନ୍ଦୀ ଜୀବନ

ଦରକାର ନାହିଁ ମୋ ପିଲାଦିନ l

ନାହିଁ ଭାଇଚାରା ଉଦାସ ମନ

ସମୟ ଗର୍ଭରେ ସବୁ ବିଲୀନ ll



Rate this content
Log in

Similar oriya poem from Classics