STORYMIRROR

Mallika singh

Others Children

3  

Mallika singh

Others Children

ମହାନୁଭବ ମୋହନ

ମହାନୁଭବ ମୋହନ

1 min
189


ଭାରତ ମାତାର ସୁଯୋଗ୍ୟ ସନ୍ତାନ

ମୋହନ ମହାନୁଭବ

ସତ୍ୟର ପୂଜାରୀ ଅହିଂସା ପ୍ରସାରୀ 

 ଦେଲ ନୂଆ ଅନୁଭବ ।


ବିଦେଶ ରୁ ସାରି ଓକିଲାତି ପାଠ

ସ୍ୱଦେଶ ଫେରିଲା ପରେ

ଦେଖିଲ ଭାରତ ଜନନୀ ସଢ଼ୁଛି

 ବିଦେଶୀ ର ବନ୍ଦୀ ଶାଳେ ।


ରାଜ ଭୋଗ ଆଶା ଓକିଲାତି ନିଶା

ତ୍ୟାଗ କଲ ମହାମତି

ଚାଳିଶା ଚଷମା ହାତେ ଠେଙ୍ଗା ଦେହେ

ପିନ୍ଧିଲ ଖଦଡ଼ ଧୋତି ।


 ବିଦେଶୀ ଶାସନ ଶୋଷଣ ଲୁଣ୍ଠନ

ଦେଖି ହେଲ ଦୁଃଖେ ଭାଳି

ମୁକ୍ତି ସଂଗ୍ରାମେ ଝାସ ଦେବା ପାଇଁ 

ଦୁହୁଡ଼ି ଦେଲ ଯେ ଜାଳି ।


ଦାଣ୍ଡି ଅଭିଯାନ ଆଇନ୍ ଅମାନ୍ୟ

ବିଦେଶୀ ବର୍ଜନ ନୀତି 

କୁଟି ଖା ଅ କାଟି ପିନ୍ଧିବାର ଶିକ୍ଷା

ତୁମଠୁ ଶିଖିଲା ଜାତି ।


ଦେଶ ପାଇଁ ଅପମାନ ଯେ ସହିଲ

ବ୍ରିଟିଶ ର ଦରବାରେ

ଲଙ୍ଗଳା ଫକୀର କହି ଗାଳି ଦେଲେ

ସହି ଗଲ ନୀରବରେ ।


ଅସହଯୋଗ କୁ ଅସ୍ତ୍ର କଲ ଯେବେ

ଥରିଲା ଫିରିଙ୍ଗି ଛାତି

ଅଚଳ ହୋଇଲା ଶାସନ ବ୍ୟବସ୍ଥା

ଚାଲିଗଲେ ରାତାରାତି ।


ଭାରତ ବକ୍ଷରେ ଉଡିଲା ତ୍ରିରଙ୍ଗା

ମୁକ୍ତି ର ଗୀତି ଗାଇ

ତୁମେ ଚଖାଇଲ ସ୍ୱାଧୀନତା ସ୍ଵାଦ

ତ୍ୟାଗ ବଳିଦାନ ଦେଇ ।


 ହେଲେ ଦେଖୁଥିଲ ରାମରାଜ୍ୟ ସ୍ଵପ୍ନ

ଅଧା ହେଲା ତୁମ ଆଶା

ତୁମେ ଗଲା ପରେ ଦୂର୍ବୋଧ୍ୟ ଲାଗୁଛି

 ଗଣତନ୍ତ୍ର ପରିଭାଷା ।


ଗଣତନ୍ତ୍ର ଏଠି ରଣ ତନ୍ତ୍ର ଆଜି

ଶାସନ ଦୁର୍ନୀତି ଯୁକ୍ତ

ଦିବସ ଆଲୋକେ ଗଣ ଧର୍ଷଣ ଯେ

, ନାରୀ ସଦା ଭୟଭୀତ ।


ନିଶା ନିବାରଣ ଜନ ଜାଗରଣ

ସବୁ ତ ହୋଇଛି ବ୍ୟର୍ଥ

ରାସ୍ତା ଘାଟେ ଖୋଲା ମଦ କାଉଣ୍ଟର

ରାଜ କୋଶ ନିଏ ଅର୍ଥ ।


ସଭା ସମିତି ରେ ନାଥୁରାମ ମାନେ

ହାତରେ ବନ୍ଧୁକ ଧରି

ଛକି ବସିଛନ୍ତି  ଆସ ନାହିଁ ବାପୁ 

ମାରିବେ ତୁମକୁ ଗୁଳି ।


 ତୁଣ୍ଡେ ରାମ ନାମ ଉଚ୍ଚାରନ୍ତି ନେତା

 ଅଣ୍ଟି ରେ ଭୁଜାଲି ଛୁରୀ

ବାଡ଼ ଯଦି ଖାଏ ଫସଲ କୁ ଖୁଣ୍ଟି

 ବଢ଼ିବ କି ଦେଶ ଶିରୀ  .?


ତେଣୁ ହେ ମୋହନ ହେ ମହାନୁଭବ

 ଲୋଡ଼ା ସାନି ସ୍ୱାଧୀନତା

ପୁଣି ଥରେ ଆସି ଫୁଙ୍କି ଦିଅ କାନେ

ସତ୍ୟ ଅହିଂସା ର ବାର୍ତ୍ତା ।


Rate this content
Log in