Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Others Children

3  

Bharatabandhu Biswal

Inspirational Others Children

ଜୟ ମା ଦୁର୍ଗେ

ଜୟ ମା ଦୁର୍ଗେ

1 min
169



ଆଦ୍ୟ ଶାରଦେ ହସି ଉଠଇ 

ବିଲ ନଈର ପଠା

ବାଜେ ବାଇଦ ଢୋଲ ମହୁରୀ

ଶଙ୍ଖ ଘଣ୍ଟ ଓ ଘଣ୍ଟା ।

ଝଲସି ଉଠେ ପୀଠ ମଣ୍ଡପ

ନଗର ପୁର ଗ୍ରାମ

ଉଜ୍ଜ୍ବଳେ ରଙ୍ଗ ଆଲୋକମାଳା

ଉଲ୍ଲସେ ମନପ୍ରାଣ ।

ହରିବା ପାଇଁ ଦୁଃଖ ଦୁର୍ଦ୍ଦଶା

ଜଗଜ୍ଜନନୀ ଦୁର୍ଗା

ଅବତରନ୍ତି ମରତ ଲୋକେ

ଉଡାଇ ସିଂହଧ୍ବଜା ।

ମୁଖରି ଉଠେ ଶକତି ପୀଠ

ଭାବ ସକାରତ୍ମକ 

ଗୁଞ୍ଜରେ କଣ୍ଠେ ମଙ୍ଗଳ ଗୀତ

ଦେବୀଙ୍କ ମନ୍ତ୍ର ଶ୍ଳୋକ ।

ହର୍ଷ ଉଲ୍ଲାସ ହୁଳହୁଳିରେ

ପ୍ରକମ୍ପେ ପୁରପଲ୍ଲୀ

ମନ ଖୁସିରେ ନୃତ୍ଯଗୀତର

ଆସର ଯାଏ ମେଲି ।

ଆନନ୍ଦଦାୟୀ ପାର୍ବଣ ପର୍ବ

ଭସାଣି ଦଶହରା

ଦୀପାବଳୀରେ ଜଳେ ଦୀପାଳୀ  

ରଙ୍ଗ ଆଲୋକମାଳା ।

ମାତୃ ସ୍ବରୂପା ମହା ଶକତି

କାଳିକା ମହାଲକ୍ଷ୍ମୀ

ଉପାସି ଭକ୍ତ କଲେ ପ୍ରସନ୍ନା

ମିଳଇ ସୁଖଶାନ୍ତି ।

ସଞ୍ଚରେ ମନେ ସତ୍ଯ ଭାବନା

ଉଦୟ ହୁଏ ଜ୍ଞାନ 

ଜୟ ମା ଦୁର୍ଗେ ଦେବୀ ବିରଜେ

ପ୍ରଣାମ ପାଦପଦ୍ମ ।

    


Rate this content
Log in

Similar oriya poem from Inspirational