ଜୀବନର ମୂଳମନ୍ତ୍ର
ଜୀବନର ମୂଳମନ୍ତ୍ର
ନୂତନ ଯୁଗର ମଙ୍ଗଳ ପ୍ରଭାତେ
ସ୍ବର୍ଣ୍ଣାଭ ପୂର୍ବ ଦିଗନ୍ତ
ସୌର ବାୟୁ ଶକ୍ତି ଉତ୍ତମ ପ୍ରୟୋଗେ
ଜୀବନ ସ୍ୱଚ୍ଛନ୍ଦ ମୁକ୍ତ ।
ପ୍ରକୃତିର ଦାନ ସୂର୍ଯ୍ଯଙ୍କ କିରଣ
ସ୍ୱଚ୍ଛନ୍ଦ ବାୟୁ ପ୍ରବାହ
ଥିଲେ ପରିବେଶ ସବୁଜ ସୁନ୍ଦର
ଜୀବନ ଆନନ୍ଦମୟ ।
ହାଣିବାନି ଗଛ ଜାଳିବାନି କାଠ
ପରିବେଶ ହେବ ସ୍ବଚ୍ଛ
ଅଙ୍ଗାରକ ଅମ୍ଳ ଜାଳେଣିର ଧୂଆଁ
ବିଷାକ୍ତ ଅଟେ ଦୂଷିତ ।
ଆସ ଆହରିବା ପ୍ରଯୁକ୍ତି କୌଶଳ
ଶକତିର ନୂଆ ଉତ୍ସ
ସୂର୍ଯ୍ଯ ଅସରନ୍ତି ଶକ୍ତିର ଭଣ୍ଡାର
ଅଟେ ପ୍ରଦୂଷଣ ମୁକ୍ତ ।
ସମୁଦ୍ରର କୂଳେ ବିସ୍ତୀର୍ଣ୍ଣ ପ୍ରାନ୍ତରେ
ଅଥବା ପର୍ବତ ଶିଖେ
ଉପଲବ୍ଧ ହୁଏ ସହଜେ ବିଦ୍ୟୁତ
ବସାଇ ପବନ ଚକ୍ରେ ।
ଜୈବିକ ଇନ୍ଧନ କୋଇଲା ପେଟ୍ରୋଲ
ବୃଦ୍ଧି କରେ ପ୍ରଦୂଷଣ
ସ୍ବଚ୍ଛ ଶକତିର ଉପଯୋଗ ପାଇଁ
ସମୟ ଦିଏ ଆହ୍ୱାନ ।
ଅସରନ୍ତି ଅଟେ ସୌର ବିକିରଣ
ବାୟୁ ସଞ୍ଚାଳନ ଗତି
ବିକଶି ପ୍ରବିଧି ଆହରିବା ଶକ୍ତି
ଦୂଷଣୁ ଲଭିବା ମୁକ୍ତି ।
ପ୍ରବହୁ ସ୍ବଚ୍ଛନ୍ଦେ ମୁକ୍ତ ସମୀରଣ
ବିକଶୁ କିରଣେ ଶକ୍ତି
ମହାନ ଭାରତେ ହେଉ ନବନ୍ମେଷ
ସତ୍ଯ ଶାନ୍ତି ସମୁନ୍ନତି ।
ଯତ୍ନ କରି ଆସ ଲଗାଇବା ଗଛ
ଜୀବନେ ନେବା ଶପଥ
ଉପଯୋଗ କରି ସୌର ବାୟୁ ଶକ୍ତି
ରଖିବା ପ୍ରକୃତି ସ୍ବଚ୍ଛ ।
