STORYMIRROR

SUKANTA KHANDA

Children

3  

SUKANTA KHANDA

Children

ଧନ୍ଦା-୪

ଧନ୍ଦା-୪

1 min
130


ତିନୋଟି ଅକ୍ଷରେ ନାମ ମୋହର

କିଏ କହିଦେବ ଶଦ୍ଦ ତାହାର।


ଭାଷା ସାହିତ୍ୟର ଏ ବୁଦ୍ଧି ପାଇଁ

ଆଣିଅଛି ଧନ୍ଦା ତୁମରି ପାଇଁ।


କହିବ ନିଶ୍ଚୟ ଭାଇ ଭଉଣୀ

ଆଦର ସହିତ ଏହି କାହାଣୀ।


ପ୍ରଥମ ତୃତୀୟ ଯୋଗ କରିବ 

ଶୀଘ୍ର ଅବା ଅନ୍ୟ ଉଷ୍ମତା ଭାବ।


ଦ୍ଵିତୀୟ ତୃତୀୟ ବିବାହ ବେଶ

ମିଶିଲେ ଯୌବନ ନିଶ୍ଚୟ ସୁଖ।


ତୃତୀୟ ପ୍ରଥମ ମିଶାଇ ଦେଲେ

ରଖିବା ଅର୍ଥକୁ ବୁଝାଏ ଭଲେ।


ତୃତୀୟ ଦ୍ବିତୀୟ ଶଦ୍ଦ ପକ୍ଷୀଙ୍କ

ବାହାର କରନ୍ତୁ ହୋଇ କି ରଙ୍କ।


ପ୍ରଥମ ଦ୍ଵିତୀୟ ତୃତୀୟ ଯେବେ

ମିଶିଲେ ସନ୍ଦେଶ ହୋଇବ ଭବେ।


ଯେ'ଭଲ ପାଉଛ ଗ୍ରହଣ କରି

ଉତ୍ତର ଲେଖିବ କଲମ ଧରି।


ଭାଇ ଭଉଣୀଙ୍କୁ ମୋ'ଅନୁରୋଧ

ଘୃଣା କରିବନି ଭାବିକି ଗଧ ।


   

ଉତ୍ତର-ଖବର


Rate this content
Log in

Similar oriya poem from Children