STORYMIRROR

Mishra Manasi

Children

4  

Mishra Manasi

Children

ଷଠୀଘର

ଷଠୀଘର

1 min
349

(

----------------------------------------

ଅଖ୍ୟାତ ସେହି ଛୋଟ ଗାଁ ରେ 

ସୁନ୍ଦର ଏକ ସାୟାନ୍ନବେଳେ

    ଜନମ କାଳେ ମୋର

ଗୋବର ଲିପା ମାଟି କାନ୍ଥରେ

   ଧବଳ ଚୂନ ଗାର

ଲେଖିଛି ପରା ଯତନ କରି

  ବୋଉ ମୋ ଷଠୀ ଘର

   ଜନମ କାଳେ ମୋର। ।1।

ଛୁଇଁଲି ଯେବେ ଜନମଭୂଇଁ 

ଶିହରି ଉଠି କାନ୍ଦିଲି କଇଁ

  କୋଳେଇ ନେଇ ମୋତେ

ଅତି ଆନନ୍ଦେ ବଡ ସରାଗେ

   କହିଲେ ବାପା ସତେ 

ଲକ୍ଷ୍ମୀ ମଆକି ଜନମି ଅଛି

  ମାଟି ବୈକୁଣ୍ଠେ ମୋର

  ଜନମ କାଳେ ମୋର। ।2।

ପଡୁଛି ମନେ ସେଗଲାଦିନ

ଅତି ସରାଗ ମୋ ପିଲାଦିନ

   ମାଟି ଅଗଣା ପରେ

ଜହ୍ନ ରାତିରେ ବାପାଛାତି ରେ

   ଶୋଇ ପଡିବା ବେଳେ

ନିମିଷେ ଉଠି ଆଖି ମକଚି

ଚଲା ବଉଦ ତଳୁ ଜହ୍ନ କୁ

ଖୋଜେ ମୁଁ ତରତର 

  ମାଟି ବୈକୁଣ୍ଠେ ମୋର

  ବୋଉ ମୋ ଷଠୀ ଘର।।3।


ଦାଣ୍ଡ ଚଉରା ବଉଳ ମୂଳେ

ପୋଥି ପୁରାଣ ପଢିବା ବେଳେ

   ଆସେ ମୁଁ ଲୁଚିଲୁଚି

କୋଳରେ ବସି ଲେଖନୀ ଧରି

   ଲେଖଇ ଚୁପିଚୁପି

କହନ୍ତି ବାପା ନୁହଁ ଅଝଟ 

   ସୁନା ଝିଅଟି ମୋର

ବଡ ହେଲେତୁ ପଡ଼ିବୁ ପାଠ

   ନାଆଁ ରଖିବୁ ମୋର

   ବୋଉ ମୋ ଷଠୀ ଘର। ।4।


ସରଗଠୁଁ ସିଏ ବଡ଼ସରଗ

ଶରଧା ସ୍ନେହେ ସେ ମୂର୍ତ୍ତୀମନ୍ତ

   ହୃଦ ସାଗର ପରି

ନୋହିବ ସମ ଧଇର୍ଯ୍ୟେ ତାଙ୍କ

   ଧବଳ ହିମଗିରି

ଅଫେରନ୍ତା ବାଟେ ଗଲାଯେ ଚାଲି

   ମୋତେ ତ ପର କରି

ପଡୁଛି ମନେ ତାଙ୍କରି କଥା

   ଆଜି ମୋ ବାର ବାର

   ଲୁହ ମୋ ଝର ଝର

  ବୋଉ ମୋ ଷଠୀ ଘର

  ମାଟିବୈକୁଣ୍ଠେ ମୋର। ।5।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children