STORYMIRROR

Sanjeeb Kumar Nag

Children Stories

3  

Sanjeeb Kumar Nag

Children Stories

ପୁଷି ମାଉସୀ

ପୁଷି ମାଉସୀ

1 min
12K


ଆମରି ଘରର ପୁଷି ମାଉସୀ

ଦଉଡି ଯାଏ ସେ ଦେଲେ ଆଉଁସି।

ଦେହରେ ତାର ଛୋଟ ଛୋଟ ଲୋମ

ଶୀତରେ ଦେହକୁ ରଖେ ଉଷୁମ।

ମଳତ୍ୟାଗ କରି ଧୂଳି ସେ ପୋତେ

ଦେହକୁ ତାହାର ସଫା ସେ ରଖେ।

ନିଶଟି ତାହାର ଯାଇଛି ଲମ୍ବି

ଘରେ ବସିଥାଏ ମୂଷାକୁ ଜଗି।

ଦେହରେ ତାର ଫଟା ଫଟା ଦାଗ

ମୂଷାକୁ ତାହାର ଆଖିରେ ରାଗ।

କାଳୀ ମୂଷା ଖାଏ ଧାନ ଆମର

ଯେତେସବୁ ଫଳ ଚଣା ମଟର।

ଅନ୍ଧାରରେ ପୁଷି ଛପିକି ଯାଏ

କାଳିଆ ମୂଷାକୁ ମାରିକି ଖାଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍