ଖେଳନା ଆଣିଛି
ଖେଳନା ଆଣିଛି
--------------------
ଖେଳନା ଆଣିଛି
---------------------------------
ଆସ କୁନା କୁନି
ଦେଖିବ ଆସରେ ଧାଇଁ
କେତେ ଯେ ଦରବ
ଧରିଛି ମୁଁ ତୁମ ପାଇଁ ।।
ନେବା ଲାଗି ତୁମ
କଅଁଳ ମନକୁ ଜିଣି
ବୁଲିବୁଲି ମୁଁ ଯେ
ସବୁ ତ ଦେଇଛି କିଣି ।।
କିଣିଛି କଣ୍ଢେଇ
ନୂଆ ନୂଆ କେତେ ଜାତି
ହରିଣ ଠେକୁଆ
ବାଘ ଭାଲୁ ଘୋଡ଼ା ହାତୀ ।।
ଆଣିଛି ତ ଗୁଡି
ରେଳ ଗାଡି ପେଏଁକାଳି
ଚଷମା ବେଲୁନ୍
ଟୋପି ହାତଘଣ୍ଟା ମାଳି ।।
ଝୁମୁକା ଝୁଲଣା
ବଲ୍ ବେଙ୍ଗବାଜା ନଟୁ
ଡେକଚି କଡେଇ
ତାଓ୍ବା ଗ୍ଯାସ୍ ଚୁଲି ଚଟୁ ।।
ସବୁ ଖେଳନା ମୁଁ
ଆଣିଛିରେ ମନେକରି
ସାଙ୍ଗ ସାଥି ମେଳେ
ଖେଳିବରେ ତୁମେ ଧରି ।।
ତୁମକୁ ଯେ ଲୋଡ଼ା
କୁନି ପିଲାଙ୍କର ମେଳ
ଏଇ ତ ତୁମର
ଖେଳ ଖେଳିବାର ବେଳ ।।
