STORYMIRROR

Sukanti Hotta

Children Stories Inspirational

3  

Sukanti Hotta

Children Stories Inspirational

ଡେଣା କଟିଗଲା

ଡେଣା କଟିଗଲା

1 min
11.2K


ମନ ପବନ ଘୋଡାରେ ଚଢ଼ି

ମନ ଉଡୁଥିଲା

କେତେ ଭାବନା କେତେ କଳ୍ପନା

ମନେ ଆସୁଥିଲା

ବଡ଼ ହୋଇ କଣ କରିବି

ନିତି ଭାବୁଥିଲି

ମୁଙ୍ଗେରୀଲାଲର ହସିନ ସ୍ବପ୍ନ

ନିତି ଦେଖୁଥିଲି

ମନର ଡେଣା ଅମାନିଆ ହୋଇ

ଭବିଷ୍ୟତ ଭାବୁଥିଲା

ଆଗରେ ବିରାଟ ମରୀଚିକା ଅଛି

ଜାଣି ପାରୁ ନ ଥିଲା

ଆଶା ବୈତରଣୀ ନଦୀରେ ବସି

ବିଭୋର ହୋଇଗଲି

ସାଇକେଲ ଚଢ଼ି ହିମାଳୟ ଯିବି

ମନରେ ଭାବିଲି

ଲଗାମ ଚାଳିତ ଘୋଡାଟିଏ ଥିଲି

ପରିବାରର ହାତେ

ଡାକ୍ତର ପ୍ରଫେସର ଇଞ୍ଜିନିଅର ହେବାକୁ

ନିତି କହୁଥିଲେ ମୋତେ

ବଡ଼ ହୋଇଗଲି ଡେଣା ଲାଗିଲା

ଉଡିବା ସମୟ ହେଲା

ସାଇକେଲ ଆରୋହୀ ହେବି କହିବାରୁ

ଘରେ ପାଟିତୁଣ୍ଡ ହେଲା

ଘରର ମୁରବି ଲଗାମ ଧରି

ଏମିତି କାବୁ କଲେ

ଉଡୁଥିବା ଡେଣା ମୋର କାଟିଦେଇ

ନିସ୍ତେଜ ମୋତେ କଲେ

ସ୍ବପ୍ନ ମୋର ପୁରା ହେଲାନି

ଅଧାରେ ରହିଗଲା

ସବୁଦିନ ପାଇଁ ମନଟି ମୋର

ଧୂଳିସାତ ହୋଇଗଲା

ଡେଣା କଟିଗଲା ମନ ମରିଗଲା

ହୃଦୟ ହସ ଲିଭିଲା

ଚିରଦିନ ପାଇଁ ଆଶାଟି ମୋର

ଆଶା ହୋଇ ରହିଗଲା l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍