STORYMIRROR

ବି. ନିରୁପମା

Children Stories

3  

ବି. ନିରୁପମା

Children Stories

କେତେ ହସୁଛି ଧନ

କେତେ ହସୁଛି ଧନ

1 min
203


କୁନାଲ ଗାଧୋଉଅଛି ଥଣ୍ଡା ପାଣିରେ ,

ସୋନାଲ ଦେଉଛି ଧୋଇ କେତେ ଠାଣିରେ ।


ଖିଲି ଖିଲି ହୋଇ କେତେ ହସୁଛି ଧନ ,

ପାଣି ଚବଚବ କରେ-ଖୁସି ତା' ମନ ।


ତାଳିମାରି ଗୀତ ଗାଏ ଗୁଲୁରୁଗୁଲୁ,

ଗେଲ ବସରିଆ ପୁଅ ଚୁଲୁରୁବୁଲୁ ।


ଆମ ଘର ଲୋକଙ୍କର ଗଳାରମାଳି ,

ଜେଜେ,ଜେଜୀମାଙ୍କ ଗେହ୍ଲା,ନେତ୍ର ସଙ୍ଖାଳି ।


ସୋନାଲ,କୁନାଲ ଏ ଯେ ଦୁଇଟି ଭାଇ ,

କୌତୁକ କରି ଦିଅନ୍ତି ମନ ମଜାଇ ।


ପାଇ ସଭିଙ୍କ ଆଶିଷ ,ଆଦର-ସ୍ନେହ ,

ନିଶ୍ଚେ ଦିନେ ବଡ଼ ହେବେ ଏ ସୁନା ପୁଅ ।


ପାଠଶାଠ ପଢ଼ି ହେବେ ଭଲ ମଣିଷ, 

ସଂସାର ମଧ୍ୟରେ ରଖି ଯିବେଟି ଯଶ ।



Rate this content
Log in