Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Manorama Mohanty

Children Stories Inspirational

5.0  

Manorama Mohanty

Children Stories Inspirational

ତାକ ଧୀନା ଧୀନ ଧେଇ

ତାକ ଧୀନା ଧୀନ ଧେଇ

1 min
312



ଆମେ ସବୁ କୁନି କୁନା 

ଆସ ନାଚିବା ଜମେଇ 

ନାଚି ନାଚି ଥକିଯିବା 

ତାକ ଧୀନା ତା ଧେଇ ।


କାଲି ବଡ଼ ହୋଇ ଆମେ 

ବିଦ୍ୟାଳୟ ଆସିବୁ 

ବହି ଖାତା ବୋଝ ବୋହି 

ପାଠ ପଢା କରିବୁ ।


ଝରଣାର ଧାରା ପରି 

ଚାରିଆଡେ ଛୁଟିବୁ 

ଉଜ୍ଜଳ, ଉତ୍ଥାନ ପାଠ 

ମନଦେଇ ପଢ଼ିବୁ ।


ଆମ ନାଚ ଆମ ଗୀତ 

ଆମ ହସ ଖେଳରେ 

ବଢିବ ସରଗ ଶୋଭା 

ଆମ ବିଦ୍ୟା ଆଳରେ ।


ଉଚ୍ଚନୀଚ ଭେଦଭାବ 

କାହିଁ ଅବା ଜାଣିବୁ 

ପର ବୋଲି କାହାକୁ ବା 

କାହିଁପାଇଁ ମଣିବୁ ।


ଆମେ ଚଗଲା ଚଗଲି 

ବାଳକ ଓ ବାଳିକା 

ସତେ ଆମେ ବଗିଚାରେ 

ଟିକି ଟିକି କଳିକା ।


ଧୂପ ର ସୁଗନ୍ଧ ପରି 

ବିତରିବୁ ମହକ 

ଚନ୍ଦ୍ରକଳା ପରି ପୁଣି 

ବିଛାଇବୁ ଆଲୋକ ।


ଆମେ ହସିଲେ ହସିବ 

ସୁନ୍ଦର ଏ ଧରଣୀ 

ଆମେ ମିଶି ଲେଖି ଦେବୁ 

ପ୍ରଗତି ର କାହାଣୀ ।



Rate this content
Log in