ଆସରେ ସାଙ୍ଗ
ଆସରେ ସାଙ୍ଗ
1 min
419
(Prompt -11)
ଆସରେ ସାଙ୍ଗ
ଖେଳିବା ଖେଳ
ହୋଇବା ମେଳ
ନ କରି କେବେ କଳି,
ଗାଇବା ଗୀତ
ନାଚିବା ନାଚ
ବଜାଇ ବାଜା
ଖୁସିରେ ମାରି ତାଳି ll 1
ଭୁଲିଣ ରାଗ
ନରଖି ଇର୍ଷା
ନକରି ହିଂସା
କାହା ଉପରେ କେବେ
ସାହାଯ୍ୟ ଆମ
ସେବାରେ ମନ
ରଖିବା ସଦା
ଦୂଃଖ ନ ଦେବା ଲବେ ll 2
ହସିଲେ ଆମେ
ଜଗତ ହସେ
ଖୁସିରେ ଧରା
ଫୁଟେ ସୁବାସ ଫୁଲ ,
ଶିଶୁର ଓଠେ
ଅମୃତ ଝରେ
ତାହାର ହସ
ଅଟେ ଅମୂଲ ମୂଲ ll 3