STORYMIRROR

Manorama Mohanty

Children Stories Others

3  

Manorama Mohanty

Children Stories Others

ମୋ ଘଡିଟା ବଡ ଅମାନିଆ

ମୋ ଘଡିଟା ବଡ ଅମାନିଆ

1 min
149


ମୋ ଘଡିଟା ବଡ଼ ଅମାନିଆ

ଚାଲିଥାଏ ସଦା ଟିକଟିକ 

ତିଳେ ହେଲେ ନାହିଁ ତା ବିରାମ 

ସମୟ ସେ କହେ ଠିକଠିକ !

ସକାଳେ ମୁଁ ଶୋଇ ଥାଏ ଶେଯେ

ଆଖି ଭରି ଥାଏ ଅଳସରେ 

ଉଠିବାକୁ ବାଧ୍ୟକରେ ସିନା 

ଢଂଢଂ ବାଜିଉଠେ ଜୋରେ 

ଦଶ ଟା ସ୍କୁଲଯିବା ବେଳ 

ମନଥାଏ ଖେଳବୁଲ ପାଇଁ 

ବୋଉ ତେଣେ ଘଡିଦେଖି ଡାକେ 

ଆଜି କଣ ସ୍କୁଲ ଯିବୁ ନାହିଁ? 

ସଞ୍ଜରେ ମୁଁ ପଢୁଥାଏ ବସି 

ନିଦରେ ମୋ ଆଖି ଢଳମଳ

ବାପା ବସି କହନ୍ତି ପାଖରେ 

ପଢିଯା ରେ ହୋଇ ନାହିଁ ବେଳ 

ମନେ ମନେ ରାଗିଯାଏ ମୁହିଁ 

ଭାବେ ଘଣ୍ଟାକୁ ଫିଙ୍ଗିଦେବି ଦୂରେ 

ଅମାନିଆ ଜିଜଟାକୁ କିଆଁ 

ରଖାହେବ ଘରେ ଯତନରେ 

ପର କ୍ଷଣରେ ଭାବେ ଯେବେ ମୁହିଁ 

ଘଡିଟିର ଉପକାର କଥା 

ଖେଳଛୁଟି ଗୋଟାଏ ହେଲାଣି 

ଦୂରହୁଏ ମନୁ ସବୁ ବ୍ୟଥା 

ଛୁଟି ହେବ କେତେବେଳେ 

ପଢି ପଢି ଲାଗିଲାଣି ଚିଟା 

ଟିଂ ଟିଂ ବାଜି କହିଦିଏ 

ଘଣ୍ଟା ଦିଅ ବାଜିଲା ଚାରିଟା 

ଦୁଃଖ ସିନା ଦିଏ କେତେବେଳେ 

ସୁଖ ଆସେ ପଛେ ପଛେ ତାର 

ଅଭ୍ୟାସରେ ପକାଇ ସଭିଙ୍କୁ 

ସବୁ କାମେ କରଇ ତତ୍ପର !!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍