STORYMIRROR

Santanu Bisoi

Children Stories Inspirational

3  

Santanu Bisoi

Children Stories Inspirational

ନୟାଗଡ, ଏକ କ୍ଷୁଦ୍ର ଆଲୋକପାତ

ନୟାଗଡ, ଏକ କ୍ଷୁଦ୍ର ଆଲୋକପାତ

1 min
258

ଅଜା ଡାକୁଥିଲେ କୁନାକୁ ସଧିରେ

ବୁଲିବାକୁ ଛୁଟି ଦିନେ,

ଅବକାଶ ଦେଖି କୁନା ବି କହିଲା

ବୁଲି ଯିବାପରା

ପଡୁନିକି ତମ ମନେ??


ଅଜା ବାହାରିଲେ ବୁଲିଯିବା ପାଇଁ

କୁନା କୁ ସାଥିରେ ନେଇ,

ପହଁଚିଲେ ଯାଇ ଓଡ଼ଗାଁ ଠାରେ

ରଘୁନାଥ ଦେଖା ପାଇଁ।।


ବୁଲିଲେ ମନ୍ଦିର ଭକ୍ତି ଭାବ ନେଇ

ସାଗର ପୋଖରୀ ଗଲେ

ରାମସାଗରର ଉଦ୍ୟାନକୁ ଦେଖି

ଉଭୟେ ପ୍ରୀତ ହୋଇଲେ।।


ତରତର ହୋଇ ଶରଣକୁଳକୁ

ଯିବାକୁ ହେଲେ ତତ୍ପର,

ଲଡୁବାବାଙ୍କୁ ସେ କରିବେ ଦର୍ଶନ

ସୁପ୍ରସିଦ୍ଧ ଶୈବ କ୍ଷେତ୍ର।।


ସଦାନନ୍ଦ ବ୍ରହ୍ମା ଜନମ ମାଟି ସେ

ଭିକାରୀ ପଡା ତା'ନାଁ

ସେଇ ବାଟ ଦେଇ ରଣପୁର ଯିବେ

ଦେଖିବାକୁ କିଛି ନୂଆଁ।।


ପାହାଡ ଉପରେ ମଣିନାଗ ଉଭା

ସୁନ୍ଦର ମନ୍ଦିର ଅଛି

ବୀର ସହିଦ ସେ ରଘୁ ଦିବାକରେ 

ଏଇ ମାଟି ପ୍ରସବିଛି।।


ଆସୁ କବି ସିଏ ଉତ୍କଳର ଘଣ୍ଟ

ଯଦୁମଣି ମହାପାତ୍ର,

ଇଟାମାଟି ଘର ଅଟଇ ତାଙ୍କର

ମନେ ମନେ ତାଙ୍କୁ ସ୍ମର।।


ଦକ୍ଷିଣକାଳୀ ଓ ଜଗନ୍ନାଥ ଦେଖି

ଛେନାପୋଡେ ହେଲେ ପ୍ରୀତ,

ଅଳପ ସମୟ ବିଶ୍ରାମ କରିଲେ

ସୁମରି ଜଗତନାଥ।।


ନୟାଗଡ଼ ଛାଡି ବାହାର ହୋଇଲେ

ସାମନ୍ତ ମାଟି ଆଡକୁ

"ପଠାଣି ସାମନ୍ତ" ଜନ୍ମଭୂମି ଇୟେ

ପ୍ରଣମ ଖଣ୍ଡପଡାକୁ।।


ଶ୍ରୀଜଗନ୍ନାଥଙ୍କ ରଥ କାଠ ଖଳା

ସଂରକ୍ଷିତ ବନ୍ୟପୁଞ୍ଜି,

ଭାପୁର ଅଞ୍ଚଳ ସଜାଇ ରଖିଛି

ଫାସି, ଶାଳ,ବୃକ୍ଷରାଜି।।


ଆଗକୁ ରହିଛି କଣ୍ଟିଲୋ ସହର

କଂସା କାରିଗରୀ ଖ୍ୟାତ,

କଂସା ବାସନଠୁଁ ପିତଳ ମୁରତି

ଗଢ଼ା ଚାଲେ ଅବିରତ।।


ତିଳସପତମୀ ଯାତ୍ରା ହୁଏ ଏଠି

ଜଗନ୍ନାଥ ଆଦିକ୍ଷେତ୍ର 

ମହାନଦୀ ଧୁଏ ମାଧବ ଚରଣ

"ନୀଳମାଧବ ମନ୍ଦିର"। 


ଇକୋ ଭିଲେଜ ମୁଦୁଲିଗାଡ଼ିଆ

ଓଡ଼ିଶାର ପ୍ରଥମ ଗାଁ

ସ୍ୱଚ୍ଛ ପରିମଳେ ପଲିଥିନ ମୁକ୍ତେ

ରଖିଛି "ଗଣିଆ" ନାଁ।।


"ଗଣିଆ" ରାସ୍ତାରେ ମହାବୀର କ୍ଷେତ୍ର

"ଦଶପଲ୍ଲା" ଆମେ ଯିବା,

"ଲଙ୍କାପୋଡି" ଦୃଶ୍ୟ ପ୍ରସିଦ୍ଧି ଏଇଠି

ମନଭରି ଦେଖିନେବା।।


ପାଠାଗାର ଆନ୍ଦୋଳନର ନାୟକ

"ଦାସିଆ ଅଜା" କି ଜୟ

ନୂଆଗାଆଁ ଯାଇ ଉଦୟ ପୁରରେ

ଦେଖିବା ସଂଗ୍ରହାଳୟ।।


ଆଠଟି ମଣ୍ଡଳ, ଦର୍ଶନୀୟ ସ୍ଥାନ

ଅନେକ ଐତିହ କୀର୍ତ୍ତି,

ଆମ ଜିଲ୍ଲା ପୂର୍ଣ୍ଣ ସାହିତ୍ୟ କଳାରେ

ସ୍ଥପତି ସ୍ଥାପତ୍ୟ ଭର୍ତ୍ତି।।


ନୟାଗଡ଼ "ହସ ସାହିତ୍ୟେ" ପ୍ରସିଦ୍ଧି

ଖଣ୍ଡପଡାର ଗଣିତ,

ସାନ୍ତନୁ କରିଛି ଗୀତରେ ଗୀତରେ

ଏ କ୍ଷୁଦ୍ର ଆଲୋକପାତ।।


ନୟାଗଡ଼ ପର୍ଯ୍ୟଟନ ବୁଲି ଦେଖି

ଅଜା ନାତି ହେଲେ ପ୍ରୀତ,

ଓଡ଼ିଶା ରାଇଜେ ଏଇ ସବୁ ଯୋଗୁଁ

ନୟାଗଡ ହେଲା ଖ୍ୟାତ।।


Rate this content
Log in