Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Kumar Nayak

Abstract Children Stories Inspirational

3  

Santosh Kumar Nayak

Abstract Children Stories Inspirational

ଚଷା ଭାଇ

ଚଷା ଭାଇ

1 min
12K


ନିଦାଘର ଟାଣଖରା

ଶ୍ରାବଣର ବାରିଧାରା

ମାଘମାସ ହାଡଭଙ୍ଗା ଶୀତ,

କାହାକୁ ତୁ ଡରିନାହୁଁ

କେବେ ଥକା ମାରିନାହୁଁ

ଗାଇଚାଲୁ ଜୀବନର ଗୀତ ।

କେବେ ଲଙ୍ଗଳର କାଠ

କେବେ ପୁଣି ଦାଆବେଣ୍ଟ

କେବେ ମଇ କେବେ ବିଦା ଧରି,

ଖୁସିମନେ ପ୍ରଭାତରେ

ଛୁଆପିଲା ଛାଡି ଘରେ

କ୍ଷେତକୁ ତୁ ଯାଉଛୁ ବାହାରି ।

ମାଟି ମାଆ ପୂଜା କରି

ମୁଣ୍ଡ ଝାଳ ତୁଣ୍ଡେ ମାରି

ଜଗାଉଛୁ ଜଗତକୁ ଅନ୍ନ,

ନାହିଁ ତୋର ଧନ ଆଶା

ଜଗନ୍ନାଥ ତୋ ଭରସା

ଫସଲ ହିଁ ତୋ ପାଇଁ ସୁବର୍ଣ୍ଣ ।

ସଭିଙ୍କର ଆନନ୍ଦରେ

ମନେ ତୋର ଖୁସି ଭରେ

ହେଲେ କେତେ ପାଉଛୁ ତୁ ଦଣ୍ଡ,

ମହାମାରୀ ଦୁର୍ବିପାକ

ଦିଏ ତୋତେ କେତେ ଦୁଃଖ

ଭାଙ୍ଗିଦିଏ ତୋର ମେରୁଦଣ୍ଡ ।

ସବୁବେଳେ ଅନାହାର

ଦରିଦ୍ରତା ସାଥି ତୋର

ସତରେ ତୁ କେତେ କଷ୍ଟ ସହୁ,

ଚଷା ଭାଇ ଦେବା ପାଇଁ

ମୋ ପାଖରେ କିଛି ନାହିଁ

କହେ ଖାଲି ତୋର ଜୟ ହେଉ ।


Rate this content
Log in

Similar oriya poem from Abstract