ଜହ୍ନ ମାମୁଁ
ଜହ୍ନ ମାମୁଁ
ଦେଖ ଜହ୍ନ ମାମୁଁ ସରଗ ଶଶି
ମୋ କୁନା କେମିତି ବସିଚି ରୁଷି ।
ସବୁ ମାମୁଁ ମାନେ ଆସନ୍ତି ବୁଲି
ଜହ୍ନ ମାମୁଁ ଦୂରୁ ହସନ୍ତି ଖାଲି ।
ଡାକି ଡାକି ତୁମେ ଆସିଲ ନାହିଁ
ଦେବ ତୁମ ସାଥେ କଟି ପକେଇ ।
ବୁଝେଇ ତାକୁ ଯେ କହୁଚି ମୁହିଁ
ସୁନା ପିଲା ମାନେ ରୁସନ୍ତି ନାହିଁ।
ଖାଇ ଦେଇ ଏବେ ଖିରି ଖେଚୁଡ଼ି
ରକେଟରେ ବସି ଯିବ ସେ ଉଡି ।
ବୁଲି ଆସିବ ସେ ତୁମ ରାଇଜ
କରିବ ସେଠାରେ ବଡ଼ ମଉଜ ।
ତୁମ ରାଇଜଟା ଦେବ ବୁଲେଇ
ଘୁରୁଚି ପୃଥିବୀ ଦେଖିବ ସେଇ ।
ଦୂରରୁ ପୃଥିବୀ କେମିତି ଦିଶେ
ବୁଝେଇ କହିବ ତାକୁ ହରଷେ ।
ସେଠି ଦିନରାତି ହୁଏ କି ନାହିଁ
ତାରା ମାନେ ସବୁ ରୁହନ୍ତି କାହିଁ ।
ଜଙ୍ଗଲ ଝରଣା ଅଛି କି ସେଠି
ମେଘ ଆସିଗଲେ ଲୁଚ କେଉଁଠି?।
ସପ୍ତର୍ଷୀ ମଣ୍ଡଳ ଚିହ୍ନାଇ ଦେବ
ଗ୍ରହ ଉପଗ୍ରହ କଥା କହିବ ।
ବୁଝେଇବ ତାକୁ ଦୁନିଆଁ ରୀତି
ଭଲ ମଣିଷ ଟେ ହେବ ଯେମିତି ।