ଫୁଲ
ଫୁଲ
ପ୍ରକୃତି ଅଙ୍ଗନେ ରଙ୍ଗର ପସରା
ନାମ ଗୁୁଣେ ଫୁଲ କାନ୍ତି ସୁନ୍ଦର
ଆଦ୍ୟେ କଢିଫୁଟିି କ୍ରମେ ଵିକଶଇ
ପ୍ରାନ୍ତେ ଲଭିଥାଏ ଦେଵତା ଶୀର ।
ଛୋଟିଆ ଫୁଲଟେ ରାତି ରେ ଫୁଟିଛି
ସକାଳେ ଲମ୍ବୁଛିି ଦେଵତା ଗଳେ
ବୁଢା ଵରଗଛ ଚାରିଶହ ଵର୍ଷ
ତୁଚ୍ଛା ଜାଳ ହୋଇ ଚୁଲିରେ ଜଳେ ।
ଜଳ ସ୍ଥଳ ବନ ପର୍ବତ ପ୍ରାନ୍ତର
ସବୁଠାରେ ଦେଖ ଫୁଲର ଶୋଭା
ସଂସାରୀ ସନ୍ଯାସୀ ସର୍ଵ ହୃଦେ ଶାନ୍ତି
ଭିନ୍ନ ଭିନ୍ନ ରୂପେ ଇଶ୍ୱର ଉଭା ।
ଲହୁଣୀ କୋମଳ ଫୁୁଲର ଶରୀର
ପ୍ରକୃତି ଭରିଛି ଫୁଲେ ମହକ
ଵାସ ଵିିଛ୍ଛୁରଇ ପବନ ଢେଉରେ
ଵିଭୁୁୁସତ୍ତା ଆଣେ ପ୍ରାଣେ ପୁଲକ ।
ଵଣାହୋଇ କୀଟ ପତଙ୍ଗ ଆସନ୍ତି
ବଣା ହୋଇ ଫୁୁୁଲେ ମଧୁପ ବସେ
ମଧୁ ଆସ୍ୱ।ଦନେ ମୋହନ ମାୟାରେ
କୋମଳାଙ୍ଗୀ କୋଳେ ଜୀବନ ଝାସେ ।
ଅଳପ ଜୀଵନ ବକଟେ ଲାବଣ୍ୟ
ସ୍ନେହ ପ୍ରେମ ତ୍ୟାଗ ଅତୁଳନୀୟ
ଜଗତର ହିତ ପାଇଁ ତାର ସୃଷ୍ଟିି
ସାର୍ଥକ ଜନମ ଅମୃତମୟ ।
ଜ୍ଞାନୀ ମାନୀ ଧନୀ କି କଵି ଭାବୁୁୁକ
ସଭିଙ୍କ ଆଖିରେ ଫୁଲ ସୁନ୍ଦର
ସର୍ବାଙ୍ଗ ସୁୁୁନ୍ଦର କଲେ ରୂପକାର
ନିଜ ଗୁୁଣେ ଆମେ ଭଙ୍ଗା ମୁକୁୁୁର ।
କମନୀୟ କାନ୍ତି ଆତ୍ମାର ଵିଭୁୁୁତି
ଅବିରତ ସିଏ ବାଣ୍ଟୁଛି ମହୁ
ଫୁଟିିିଛି ଫୁଟିିିବ ହସି ହସାଇବ
ପର ହିତେ ପଛେ ଜୀବନ ଯାଉ ।