STORYMIRROR

Mishra Manasi

Children

3  

Mishra Manasi

Children

ଆମେ ଓଡ଼ିଆ

ଆମେ ଓଡ଼ିଆ

1 min
141

ଆମେ ଓଡ଼ିଆ

ଭାଷା ଓଡ଼ିଆ

ଘର ଓଡ଼ିଶା ଭୂଇଁ

ଚିିିର ସୁନ୍ଦର

ମାଆ ଆମର

ତୁୁୁୁୁଳନା ତାର ନାହିଁ ।।

ଆମ ଠାକୁର ଶ୍ରୀଜଗନ୍ନାଥ

ଜଗତେ ବଡ଼ ଦିଅଁ

ତା ବଡ଼ ଦାଣ୍ଡେ

ଡାକିଲେ ଥରେ

କରଇ ସିିିଏ ଉଅ ।।

ନାହିଁ ତା ଜାତି

ନାହିଁ ଧରମ

ଛୁଆଁ ଅଛୁଆଁ ନୀତିି

ସବୁରି ଦୁଃଖ

ସୁୁୁଖ ପାଇଁଁକି

ଭାଵୁୁଛି ଦିିନରାତି ।।

ମନ୍ଦିର ମାଳୀ

ଭୁୁୁବନେଶ୍ୱର

ଆମରି ରାଜଧାନୀ

ଧଉଳି ବୁକେ

ଲେଖା ହୋଇଛି

ପୂର୍ବ କୀର୍ତ୍ତି କାହାଣୀ ।।

ନରଣ ଗଡ

ପାଇକ ପୁଅ

ଆମରିି ଜାତି ଭାଇ

ଵନ୍ଧୁକ ମୁନେ ଜୀବନ ଦେଲା

ଦେଇନି ମଥା ନୋଇଁ ।।

ଶୀଳିପୀ କୁଳ ଵୀର ଧରମା

କୋଣାର୍କ ବୁକେ ଠିଆ

ଵାରଶ ଵଢେଇ

ଦାୟେରହିଲା

ଉନ୍ନତ କରି ହିଆ ।।

କଟକ ଚିିନ୍ତା

ବାଇ ମୁୁୁଣ୍ଡିକୁ

ନୃପ କେଶରୀ ନେଲେ

ମୁକୁନ୍ଦ ଦେବ

ଵାରଵାଟୀ ଦୁୁର୍ଗ

ଗଢିଲେ ତତପରେ ।।

ଓଡ଼ିଶୀ ନୃତ୍ୟ

ଓଡିଶୀ ଗୀତ

ଜାତିର ଵଇଭବ

ଵାଲୁକା ଶିଳ୍ପୀ

ସୁଦର୍ଶନ

ଆମରି ଗଉରଵ ।।

ଆମେ ଓଡ଼ିଆ

ଭାରି ବଢିଆ

ଆମରିି ପିଠାପଣା

ମଣ୍ଡା ଆରିଷା

ଏଣ୍ଡୁରି ମୁୁୁଆଁ

ଚକୁୁଳି କାକରା ଛଣା ।।

ପଖାଳ କଂସା

ଆମରି ହଂସା

ସଵୁରି ପ୍ରିିୟ ସେହୁ

ଆନନ୍ଦେ ଖାଇ

ତା କୋଳେ ଶୋଇ

ସରଗ ସୁଖ ପାଉ ।।

ଫୁୁଲାଇ ଛାତି

ଗରଵେ କହୁ

ଆମେ ଓଡ଼ିଆ ଜାତି

ସଵୁଠୁଁ ଭଲ

ସବୁଠୁଁ ଶ୍ରେଷ୍ଠ

ଆମ ଓଡିଶା ମାଟି ।।


Rate this content
Log in

Similar oriya poem from Children