STORYMIRROR

Narayan Sethi

Children Stories Others

3  

Narayan Sethi

Children Stories Others

ଛଅ ଖଣ୍ଡ ବାଉଁଶ

ଛଅ ଖଣ୍ଡ ବାଉଁଶ

1 min
257


କିଏ ଅବା ଧନୀ କିଏ ଅବା ଗରିବ

ନୁହଁଇ କେହି ଏଠି ଅତି ବିଶେଷ..।

ସଭିଏଁ ତ ଏଠି ଜଣେ ଜଣେ ଅଭିନେତା

କେହି ନୁହେଁ ଏଠି ଜୀବନର ବିଜେତା....।

ନିଜ ନିଜ ଭୂମିକାର ଅଭିନୟ ସାରି

ନିଶ୍ଚେ ଫେରିଯିବେ କୋକେଇରେ

ଛଅ ଖଣ୍ଡ ବାଉଁଶରେ ଦିନେ ବାନ୍ଧି ହୋଇ....।

ନା ସେଦିନ ଥିବ ଆଉ ନିଜର ଭାଗ୍ୟ

ନା ଆଉ ଥିବ ନିଜ ଗର୍ଵ ଆଉ ଅହଂକାର...।

କିଏ ଅବା ଧନୀ କିଏ ଅବା ଗରିବ

ନୁହଁଇ କେହି ଏଠି ଅତି ବିଶେଷ.....।

ଆଜି ଅଛି ଦେହରେ ଜୀବନ ବୋଲି

ବୁଝି ପାରୁନୁ ନିଜ ରକ୍ତକୁ

ଅତି ନିମ୍ନ ଚକ୍ଷୁରେ ଦେଖୁଅଛୁ

କିଏ ନିଜର ଆଉ କିଏ ପର ସବୁ ଭୁଲି ଯାଉଛୁ..।

କେତେ ଆଉ ଅନ୍ୟ ପ୍ରତି ଅନ୍ୟାୟ କରିବୁ

ନିଜର ଅଳପ ସୁଖ ମୁହୁର୍ତ୍ତ ନିମନ୍ତେ

ଦିନ ତ ଆସିବ ଜଳି ତୁ ବି ପାଉଁଶ ହେବୁ

କାହିଁକି କରୁଛୁ ତୁ ଏ ନୀଚ କର୍ମ ଯେତେ ....।

କିଏ ଅବା ଧନୀ କିଏ ଅବା ଗରିବ

ନୁହଁଇ କେହି ଏଠି ଅତି ବିଶେଷ ....।।


Rate this content
Log in