STORYMIRROR

Mahesweta Panigrahi

Children Stories

3  

Mahesweta Panigrahi

Children Stories

ଝାନସୀ ରାଣୀ

ଝାନସୀ ରାଣୀ

1 min
221


ଦେଶ ପ୍ରେମ ର ଜଳାଇ ବହ୍ନି

ରହିଗଲ ସଦା ହୋଇ କାହାଣୀ

ଲଢି ଲଢି ଦେଲ ଜୀବନ ହାରି,

ମାଟି ମାଆ ଆଜି କାନ୍ଦେ ବାହୁନି।


ତୁମେ ପରାକ୍ରମୀ ବୀର ରମଣୀ

ସ୍ଵୟଂସିଦ୍ଧା ତୁମେ ଝାନସୀ ରାଣୀ

ଜୟ ଗାଥା ତୁମ ଅମର ରହିଲା

ଇଂରେଜ ବି ଗଲେ ତୁମକୁ ମାନି।


କୁନି ଝିଅ ପଢି ତୁମ କାହାଣୀ

କହିଲା ମୁଁ ବି ହୋଇବି ରାଣୀ

ସଂହାରିବି ଶତ୍ରୁ ଖଣ୍ଡା ଧରି ହାତେ

ଧନ୍ୟ ହୋଇବ ମୋ ଜୀବନୀ।


ହାତେ ଧରି ଖଣ୍ଡା ଦେଖାଇ ଠାଣି

ବାହାରିଲା ଦେଖ ଝାନସୀ ରାଣୀ

ବିରାଙ୍ଗନା ସେ ଯେ ଶକ୍ତି ସମ୍ଭୂତା

ଆଖିରେ ରହିଛି ଶକ୍ତ ଚାହାଣୀ।


ଆମେ ସବୁ ସୁତା ତୁମେ ଜନନୀ

ତୁମରି ତ୍ୟାଗ ଗୋ ଭୁଲି ଯିବୁନି

ତୁମ ବୀରତ୍ଵ ର ଗାଥା ପ୍ରତି କଣ୍ଠେ

ଜୟ ଜୟ ତୁମେ ଝାନସୀ ରାଣୀ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍